ଡଙ୍ଗାଘାଟ ରେ ନିର୍ବାଚନୀ ସଭା ଅନୁଷ୍ଠିତ l

3

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :– ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଏକ ପଞ୍ଚାୟତ ସ୍ତରୀୟ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ମୂଳକ କାର୍ଯ୍ୟ ତଥା ଲୋକାଭିମୁଖୀ ଯୋଜନା ଗୁଡିକ କିପରି ସମସ୍ତଙ୍କ ପାଖକୁ ପହଁଞ୍ଚି ପାରିବ ସେ ବିଷୟରେ କର୍ମୀ ଙ୍କ ସହ ଆଲୋଚନା କରିଥିଲେ l ଆଗାମୀ ସାଧାରଣ ନିର୍ବାଚନ ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ବିଜୟି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମ ସରପଞ୍ଚ ରାମ ନାଗ , ବରିଷ୍ଠ ନେତା ଫଗନୁ ମେହେର, ସମିତି ସଭ୍ୟ ସୁଶାନ୍ତ ପାଣ୍ଡେ , ବିଜେଡି ଯୁବ ସଭାପତି ଦୁଷ୍ମନ୍ତ ପଟେଲ, ଗ୍ରାମ ବାସୀଙ୍କ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.