ଚଳିତ ନିର୍ବାଚନ କୁ ନେଇ ନର୍ଲା ପ୍ରେସ ଆସୋସିଏସନ୍ ପକ୍ଷରୁ ସଚେତନ ଧର୍ମି କାର୍ଯ୍ୟକ୍ରମ

3

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରେ ଆସନ୍ତା ମାସ ମେ ୧୩‌ ତାରିଖ ଦିନ ସାଧାରଣ ନିର୍ବାଚନ ପାଇଁ ଭୋଟ ର ମାନେ ନିଜ ନିଜ ମନ ପସନ୍ଦର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ପାଇଁ ମତଦାନ ଧାର୍ଯ୍ୟ ହୋଇଥିବା ବେଳେ ନର୍ଲା ପ୍ରେସ ଆସୋସିଏସନ୍ ଏକ ନୂତନ ଚିନ୍ତା ଧାରା ନେଇ ଭୋଟରଙ୍କୁ ନେଇ ଏକ ସଚେତନ ଧର୍ମି କାର୍ଯ୍ୟ କ୍ରମ ନର୍ଲା ପ୍ରେସ କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଚଳିତ ନିର୍ବାଚନ ରେ ସମସ୍ତ ଭୋଟର୍ କୋୖଣସି ପ୍ରକାର ଅର୍ଥ ପ୍ରଲୋଭନ ରେ ନ ପଡ଼ି ଚିନ୍ତା ମୁକ୍ଥ ଭୟ ମୁକ୍ତ ନିରପେକ୍ଷ ଭାବରେ ସମସ୍ତେ ସତପ୍ରତିସତ ମତଦାନ କରିବେ ଵୋଲି ନର୍ଲା ପ୍ରେସ ଆସୋସିଏସନ୍ ସଭାପତି ଶ୍ରୀ ଦୀପକ କୁମାର ସାହୁ ପ୍ରେସ ରିଲିଜ ଜରିଆରେ ଲୋକଙ୍କୁ ଵାର୍ତ୍ତା ଦେଇଛନ୍ତି। ଏଵଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ସମୟରେ ଯେ କୌଣସି ପ୍ରଭାବ ସାଲି ବ୍ୟକ୍ତି ନେତା ଓ କର୍ମୀ ଏବଂ ପ୍ରାସାସନିକ ଅଧିକାରୀ କିମ୍ବା କର୍ମଚାରୀ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ହେଲାଭଳି କାର୍ଯ୍ୟ କରିନ୍ତି ତା ହେଲେ ଆପଣ ମାନେ ସି ଭିଜିଲ ଆପ ଜରିଆରେ ତାଙ୍କର ଭିଡିଓ ଫୋଟ ଓଡିଓ ପ୍ରଭୁତି ରେକର୍ଡ କରି ତୁରନ୍ତ ନିର୍ବାଚନ ଆୟୋଗଙ୍କୁ ପ୍ରେରଣ କରାଗଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଵୋଲି ସଚେତନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅଂଚଳର ସମସ୍ତ ସାମ୍ବାଦିକ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |

Leave A Reply

Your email address will not be published.