ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ଆଗକୁ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆଜି ଦିନିକିଆ ଗସ୍ତରେ ଆସି ଯୁବପିଢି ମାନଙ୍କ ମନରେ ଉତ୍ସାହ ଭରିଥିବା ସହ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କିପରି ବିଜୟୀ ହେବ ସେଥିପାଇଁ ଲକ୍ଷ୍ୟ ରଖି କାମ କରିବାପାଇଁ ଜିଲ୍ଲା ଯୁବମୋର୍ଚ୍ଚା ର ଯୁବକ ମାନଙ୍କୁ କହିଥିଲେ।
ଫରେଷ୍ଟ ଗେଟ୍ ଛକ ନିକଟରେ ଗଜପତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ସହ ଜିଲ୍ଲାର ଅନେକ ନେତା ଓ କର୍ମୀମାନେ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଗତ କରିଥିଲେ। ଏକ ବାଇକ ରାଲିରେ ପାରଳାଖେମୁଣ୍ଡି ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ପହଞ୍ଚି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସହ ସାକ୍ଷାତ କରିବା ସହ ବିଧାୟକ ଶ୍ରୀ ରାଓ ମଧ୍ୟ ସ୍ବାଗତ କରିଥିଲେ। ସେଠାରୁ ସ୍ଥାନୀୟ ବିଶ୍ବନାଥ କଲ୍ୟାଣ ମଣ୍ଡପ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ସଭାପତି ଅଭିଳାଷ ପଣ୍ଡା , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର , ଜିଲ୍ଲା ଯୁବ ପ୍ରଭାରୀ ଆକାଶ ସାହୁ , ସାଧାରଣ ସଂପାଦକ ଆଖଣ୍ଡଳମଣି ଗୌଡ଼ , ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାକର ଗୁରୁ , ପାରଳାଖେମୁଣ୍ଡି ନଗର ସଭାପତି ଦିବାକର ସ୍ବାୟଳ ସିଂଘ ଜିଲ୍ଲାର ଅନେକ ସ୍ଥାନୀୟ ଯୁବନେତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପରେ ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ , ଆର ଉଦୟଗିରି ବ୍ଳକରେ ମଧ୍ୟ ଯୁବକ ମାନଙ୍କୁ ଉତ୍ସାହିତ କରି ସନ୍ଧ୍ୟାରେ ଭୁବନେଶ୍ୱର କାର୍ଯ୍ୟକ୍ରମ ସାରି ଫେରି ଯାଇଥିଲେ।
Sign in
Sign in
Recover your password.
A password will be e-mailed to you.