ବ୍ୟାସନଗର ମା କାଳୀ ପୂଜା ଶାନ୍ତି କମିଟି ପକ୍ଷରୁ କାଳୀ ମଣ୍ଡପ ପରିଦର୍ଶନ

0

ବ୍ୟାସନଗର(ସୁବାସ ନାୟକ) : ରବିବାର ବ୍ୟାସନଗର ସହରରେ ୧୨ଗୋଟି କାଳି ମଣ୍ଡପରେ ମିନାବଜାର, ଦୋଳି, ଫାଷ୍ଟ ଫୁଡ, ସାସ୍କୃତିକ କାର୍ଯ୍ୟକ୍ରମ ଫଳରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଜନସମାଗମ ଯୋଗୁଁ ପ୍ରବଳ ଭିଡ ଲାଗୁଥିବାରୁ ଆଇନ ଶୁଙ୍ଖଳାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ  ମା କାଳୀ ପୂଜା ଶାନ୍ତି କମିଟି ଗଠନ କରାଯାଉ ତା- ୮/୧୧/୨୦୧୮ ରିଖରେ ଗୋପବନ୍ଧୁ ଛକ ଠାରେ ଏକ କାର୍ଯାଳୟ ଖୋଲାଯାଇ ଅଛି. ଶାନ୍ତି କମିଟି ପ୍ରତେକଦିନ ୨ ଗୋଟି ମଣ୍ଡପ ପରିଦର୍ଶନର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇ ଥିବା ବେଳେ ୯ ତାରିଖରେ ବ୍ୟାଙ୍କଷ୍ଟ୍ରୀଟ ଓ ଆରିଏନ କ୍ଲବ କାଳୀପୂଜା ମଣ୍ଡପ ପରିଦର୍ଶନ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନଙ୍କ ନେତୃତରେ ଏବଂ ୧୦ ତାରିଖରେ ପ୍ରଥମେ ପ୍ରଥମ ରାଧାନାଥ ମାର୍ଗ କାଳୀପୂଜା କମିଟିରେ ଶାନ୍ତି କମିଟି କୁ ସ୍ୱାଗତ କରି ପୂଜାକମିଟିର ସଭାପତି ତପନ ନାୟକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଅଛି, ଶାନ୍ତି କମିଟିର ଆବାହକ ବିଦ୍ୟାଧର ମହାନ୍ତି ଆସନ୍ତା ୧୬ ତାରିଖ ଚଣ୍ଡି କ୍ଲବ ପକ୍ଷରୁ ଆୟୋଜିତ ହେଉଥିବା ମେଲଣ ମହୀତସବରେ ଶାନ୍ତି ଶୁଙ୍ଖଳା ରକ୍ଷା ସହ ବିଭିନ୍ନ ପୁଜା କମିଟି ପକ୍ଷରୁ ମେଢଗୁଡିକୁ ସାଜ ସଜ୍ଜା କରି ଠିକ୍ ସମୟରେ ଆରମ୍ଭ କରିବାକୁ ଘୋଷଣା କରିଥିଲେ, ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ କଳିଙ୍ଗ ନଗର ଅତିରିକ୍ତ ଆରକ୍ଷି ଅଧକ୍ଷକ  ରାଜକିଶୋର ଦୋରା, ଏସ.ଡି.ପି.ଓ , କେଦାରନାଥ ସାହୁ, ଆଇ.ଆଇ.ସି. ଅମିତାଭ ମହାପାତ୍ର, ଲୋକ ସପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶାନ୍ତିକମିଟିର ପ୍ରଫୁଲ କୁମାର ବୋଇତେଇ,ବିବେକାନନ୍ଦ ମହାନ୍ତି, ହୃଶିକେଷ ଜେନ, ପ୍ରେଲୁବ୍ଧ ଜେନା, ସୁବ୍ରତ ନାୟକ ରବିନ୍ଦ୍ର ସିଂ, ଦିନେଶ ସାହୁ, ହରିହର ସାମଲ, ଖଗେଶ୍ୱର ନାୟକ ପ୍ରମୁଖ ଜିଲ୍ଲାପ୍ରଶାସନଙ୍କ ସହ ଯୋଗ ସୁପରି ଚାଳନା, ଟ୍ରାଫିକ  ନିୟନ୍ତଣକୁ ଭୁୟସୀ ପ୍ରଶଂସା  କରି ଥିଲେ ପରେପରେ ଧବଳ ଗିରି କାଳୀପୂଜା କମିଟି ପକ୍ଷରୁ ମହେନ୍ଦ୍ର ପ୍ରତାପ ସିଂ ଙ୍କ ଆବାହକତ୍ୱରେ ଶାନ୍ତିକମିଟି କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା.

Leave A Reply

Your email address will not be published.