ଶିଖରପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ,

2

୧୫ ହଜାର ଉର୍ଦ୍ଧ୍ବ ସମାବେଶରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଦଳରେ ସାମିଲ ହେଲେ

ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଶିଖରପୁର ଠାରେ ରବିବାର ସନ୍ଧ୍ୟାରେ ବିଜେଡ଼ି କରିଛି ତାର ଶକ୍ତି ପ୍ରଦର୍ଶନ । ୧୫ ହଜାରରୁ ଉର୍ଦ୍ଧ୍ବ ଜନ ସମାବେଶରେ ଅନ୍ୟ ଦଳର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି ।

ଗତ କିଛିଦିନ ତଳେ ବରିଷ୍ଠ ବିଜେପି ନେତା ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ ବିଜେପି ଦଳ ଛାଡ଼ି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ଆଜି ଓଡ଼ଗାଁ ବ୍ଲକର ୩ ଓ ୪ ନମ୍ବର ଜୋନର ସମସ୍ତ କର୍ମୀମାନଙ୍କୁ ନେଇ ପଞ୍ଚାୟତ ସାମ୍ନା ପଡ଼ିଆରେ ବିଜେଡ଼ି ଦଳରେ ସାମିଲ କରିଛନ୍ତି । କାର୍ଯ୍ୟକ୍ରମରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ବିଜେଡ଼ି ନେତ୍ରୀ ତଥା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାସ, ସଂଯୁକ୍ତା ପଢ଼ିଆରୀ ଯୋଗଦେଇ ସମସ୍ତେ ବିଜେଡ଼ି ଦଳକୁ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗୋତିସାହି ସରପଞ୍ଚ ଦୀପ୍ତି ରଞ୍ଜନ ପରିଡ଼ା, ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ସୋଲପଟା ସମବାୟ ସମିତି ସଭାପତି ସୁଶାନ୍ତ କୁମାର ଜେନା ଓ ବିଭିନ୍ନ ପଞ୍ଚାୟତର ବହୁ ଜନପ୍ରତିନିଧି କାର୍ଯ୍ୟକ୍ରମରେ ନେତା ସାମିଲ ହୋଇଥିଲେ ।

Leave A Reply

Your email address will not be published.