ଓଡ଼ଗାଁରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

2

ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସିଭିଲ କୋର୍ଟ ପରିସରରେ ବାର ଆସୋସିଏସନ୍ ସଭାଗୃହରେ ସଭାପତି ଆଡଭୋକେଟ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ମଧୁବାବୁଙ୍କ ଜୟନ୍ତୀ ଓ ଓକିଲ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାନସ ରଞ୍ଜନ ରଥ, ବରିଷ୍ଠ ଦେଓ୍ବାନୀ ଜଜ୍ ତଥା ସହକାରୀ ଦୌରାଜଜ୍ ଜନ୍ମେଜୟ ଦାସ, ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଧିକାରୀ ଓଡ଼ଗାଁ ହରମୋହନ ଦାଶ, ନ୍ୟାୟାଧିକାରୀ ଗ୍ରାମ ନ୍ୟାୟାଳୟ ଓଡ଼ଗାଁ ମିସ୍ ସୌମ୍ୟାଶ୍ରୀ ମହାପାତ୍ର, ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ସ୍ବାଧୀନତା ସଂଗ୍ରାମ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ଓଡ଼ଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ୨୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରି ମଧୁସୂଦନ ଦାସଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାର ସମସ୍ତ ପୁରସ୍କାର ଛାତ୍ରୀ ମାନେ କବ୍ଜା କରିଥିବା ବେଳେ କୃତି ଛାତ୍ରୀ ପ୍ରଜ୍ଞା ବୈଦିକ (ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଓଡ଼ଗାଁ)୧ମ ସ୍ଥାନ, ସଞ୍ଚିତା ମହାପାତ୍ର (ନାରାୟଣୀ ହାଇସ୍କୁଲ, ଶରଣକୁଳ)୨ୟ ସ୍ଥାନ ଏବଂ ସ୍ମରଣୀକା ରାଉତ(ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟରେ, ଓଡ଼ଗାଁ) ୩ୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ବରିଷ୍ଟ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁ, ଇନ୍ଦୁଭୁଷଣ ମିଶ୍ର, ପବିତ୍ର ମୋହନ ସାହୁ, ରବିନ୍ଦ୍ର ନନ୍ଦ ପ୍ରମୁଖ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ବାର ଆସୋସିଏସନ୍ ସମ୍ପାଦକ ବିଭୂତି ଭୂଷଣ ରାଉତ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସମସ୍ତ ଆଇନଜୀବୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.