ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ), ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ (ଇଜିଆର) ସେଗମେଂଟରେ ସର୍ବାଧିକ କାରବାର ରେକର୍ଡ କରିଛି ଯାହା ଭାରତର ସଂଗଠିତ ସୁନା ବଜାରର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ସୂଚିତ କରୁଛି । ପାରମ୍ପରିକ ଭାବେ ସୁନା କିଣିବା ପାଇଁ ଏକ ଶୁଭ ଦିନ ଭାବେ ବିବେଚିତ ଧନ୍ତେରସ ଅବସରରେ ବହୁସଂଖ୍ୟାରେ ଏନଏସଇ ଇଜିଆର ସୃଷ୍ଟି ହୋଇଛି, ଯାହା ଏହି ଅଭିନବ ଉତ୍ପାଦକୁ ନେଇ ବଢୁଥିବା ସଚେତନତା ଓ ଗ୍ରହଣୀୟତାକୁ ପ୍ରତିଫଳନ କରିଛି । ଧନ୍ତେରସ ଅବସରରେ ଦେଶବ୍ୟାପୀ ଏନଏସଇ ଇଜିଆର ପାଇଁ ନୂଆ ପାର୍ବଣ ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଏନଏସଇ ଇଜିଆର ବର୍ଗରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ସୁନା ଯୋଗାଣକାରୀମାନେ ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିଥିଲେ । ଏହି ଦିନ ଏନଏସଇ ଇଜିଆର ବର୍ଗରେ କାରବାର ସଂଖ୍ୟା ୨୨୭,୬୯୨ ୟୁନିଟ୍ରେ ପହଂଚିଥିଲା ଯାହାକି ଏହି ବର୍ଗ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଧନତେରସ୍ରେ ମିଳିଥିବା ଏହି ସଫଳତା ଅଭିନବ ବଜାର ଉତ୍ପାଦ ଆଣିବା ପାଇଁ ଏନଏସଇର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିଛି ଏବଂ ଭାରତର ଘରୋଇ ସୁନା ବଜାରକୁ ମଜବୁତ କରିବା ଲକ୍ଷ୍ୟରେ ଯୋଗଦାନ ଦେଇଛି ।
ଏହି ସଫଳତା ସମ୍ପର୍କରେ ଏନଏସଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, “ଧନତେରସ ହେଉଛି ସମ୍ପତି, ସମୃଦ୍ଧି ଓ ସୁନାର ସ୍ଥାୟୀ ମୂଲ୍ୟର ଏକ ଉତ୍ସବ । ପାରମ୍ପରିକ ଭାବେ ସୁନା କିଣିବା ଏହି ଉତ୍ସବର ଏକ ଅବିଚ୍ଛେଦ୍ୟ ଅଂଶ ଅଟେ । ତେବେ ସମୟ ପରିବର୍ତନ ହେବା ସହ ସୁନା କିଣିବା ଓ ରଖିବାର ଶୈଳୀ ମଧ୍ୟ ବଦଳିଛି । ଏନଏସଇ ଇଜିଆରଗୁଡିକ ସୁନାର ବାସ୍ତବ ମୂଲ୍ୟକୁ ଏକ ଦକ୍ଷ, ସ୍ୱଚ୍ଛ ଓ ସୁରକ୍ଷିତ ମାଧ୍ୟମରେ ବଜାୟ ରଖିବା ପାଇଁ ସୁଯୋଗ ପ୍ରଦାନ କରୁଛି । ଧନତେରସ ଅବସରରେ ରେକର୍ଡ ସଂଖ୍ୟକ କାରବାର ଓ ଇଜିଆର ସୃଷ୍ଟି ପରିଲକ୍ଷିତ କରାଯାଇଛି ଯାହା ଏହି ଉତ୍ପାଦର ବର୍ଦ୍ଧିତ ଗ୍ରହଣୀୟତାର ଏକ ଉତ୍ସାହଜନକ ସୂଚକ ଅଟେ । ଆମେ ନିଶ୍ଚିତ ଯେ, ଅଧିକ ନିବେଶକ ଓ ବଜାର ଅଂଶଗ୍ରହଣକାରୀମାନେ ଏନଏସଇ ଇଜିଆରକୁ ଭାରତର ସୁନା ବଜାରରେ ଅଂଶଗ୍ରହଣ କରିବାର ଏକ ଆଧୁନିକ, ନିୟନ୍ତ୍ରିତ ଓ ଦକ୍ଷ ମାଧ୍ୟମ ଭାବେ ଗ୍ରହଣ କରିବେ ।”
ଏନଏସଇ ଇଜିଆର ନିବେଶକଙ୍କୁ ସୁନାରେ ନିବେଶ କରିବା ପାଇଁ ଏକ ଏକ୍ସଚେଞ୍ଜ-ଟ୍ରେଡ୍ ଆଧାରିତ, ଡିଜିଟାଲ ମାଧ୍ୟମ ପ୍ରଦାନ କରିଥାଏ । ଏନଏସଇ ଇଜିଆର ରିସାଇକେଲ୍ ହୋଇଥିବା ସୁନା ସହ ଦେଶରେ ଉପଲବ୍ଧ ଭୌତିକ ସୁନାକୁ ଆନୁଷ୍ଠାନିକ ବିତୀୟ ବ୍ୟବସ୍ଥାକୁ ଆଣିବା ପାଇଁ ଏକ ମାଧ୍ୟମ ପ୍ରଦାନ କରୁଛି । ନିୟନ୍ତ୍ରିତ ପରିବେଶ ବାହାରେ ପରିଚାଳନା କରୁଥିବା ବିଭିନ୍ନ ଡିଜିଟାଲ-ଗୋଲ୍ଡ ପ୍ଲାଟଫର୍ମ ବିପରୀତରେ, ଏନଏସଇ ଇଜିଆର ଅଂଶଗ୍ରହଣକାରୀଙ୍କୁ ଏକ ନିୟନ୍ତ୍ରିତ ଓ ସ୍ୱଚ୍ଛ ବଜାର ବ୍ୟବସ୍ଥା ମଧ୍ୟରେ ସୁନା କିଣିବା, ରଖିବା ଓ ଟ୍ରେଡ୍ କରିବା ପାଇଁ ସୁଯୋଗ ଦେଇଥାଏ । ଏକ୍ସଚେଞ୍ଜ-ଆଧାରିତ ଟ୍ରେଡିଂ, ଷ୍ଟାଣ୍ଡାର୍ଡାଇଜ୍ଡ କ୍ଲିଅରିଂ, ସେଟେଲମେଂଟ ମେକାନିଜିମ ଓ ନିୟାମକୀୟ ତଦାରଖ ସହିତ ଏନଏସଇ ଇଜିଆର ସୁନା ବଜାରରେ ଅଂଶଗ୍ରହଣ କରିବା ପାଇଁ ଏକ ସଂଗଠିତ ଓ ସୁରକ୍ଷିତ ସ୍ଥାନ ପ୍ରଦାନ କରୁଛି ।
Sign in
Sign in
Recover your password.
A password will be e-mailed to you.