ଶାସକ ପ୍ରଶାସକ,ଖଲ୍ଲିକୋଟ ରୁ ଶିବରାମ ଜେନା: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ପଞ୍ଚାୟତ ର ଅଧୀନରେ ଥିବା ହରିଡା ମୁଳର କାଠଗଡାନିକଟବର୍ତ୍ତୀ ଓଭର ବ୍ରିଜ୍ ଏବଂ ଶିରାଙ୍ଗବନ୍ଧର ମଧ୍ୟରେ ଥିବା ରୋଡ଼, ଏହି ରାସ୍ତା ଦେଇ ମନ୍ତ୍ରୀ,ଯନ୍ତ୍ରୀ , ନେତା, କର୍ମୀ, ଜନସାଧାରଣ ଙ୍କ ଗମନାଗମନ ପଥ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଅବସରରେ କହିବାକୁ ଗଲେ,”ଦୀପ ତଳେ ଅନ୍ଧାର ” | ଖଲ୍ଲିକୋଟ ରୁ ଭୂବନେଶ୍ଵର ଯିବା ରାସ୍ତା ପ୍ରତି କାହାର ନଜରରେ ମୋଟେ ଆସୁନଥିବା ଜଣାପଡ଼ୁଛି । ଏ ରୋଡ଼ ଟି ହେଉଛି ହରିଡାମୁଳ ଓଭରବ୍ରିଜ୍ ଡାହାଣ ଏବଂ କାଠଗଡା ଗାଁ ର ନିକଟସ୍ଥ ଶିରାଣ ବନ୍ଧ ପାର୍ଶ୍ଵ ର ବାମ ରେ ଦେଖିବାକୁ ମିଳିଛି। ରାସ୍ତାର ପ୍ରଶସ୍ତିକରଣ ଦୂରେଥାଉ, କିନ୍ତୁ ଖଲ୍ଲିକୋଟ ରୁ ବାମ ପାର୍ଶ୍ୱରେ ଗଲେ ଜାତୀୟ ରାଜପଥ କୁ ସଂଯୋଗ ଥିବା ଜଣାପଡ଼ିଛି। ଏ ରାସ୍ତା ଦେଇ ଦିନକୁ ଶହ ଶହ ଯାନବାହାନ ଚଳାଚଳ କରିଥାନ୍ତି। ରାସ୍ତାର ଏପାଖରୁ ସେପାଖ ପ୍ରାୟ ୧୦୦ମିଟର ରୁ ୧୫୦ମିଟର ପର୍ଯ୍ୟନ୍ତ ଖାଲଖଣା ହୋଇ ଥିବା ବେଳେ ଜନସାଧାରଣ ମାନେ ପାଦରେ ଚାଲି ଚାଲି ଯିବାକୁ ସେମାନଙ୍କ ପକ୍ଷରେ କଷ୍ଠବ୍ୟାପର ବୋଲି ଜନଶ୍ରୁତି ରୁ ଜଣାପଡିଛି।
ଏପରି ସ୍ଥଳେ ସେଠାରେ ବହୁବାର ଦୁର୍ଘଟଣା ଘଟି ନିରୀହ ଜନସାଧାରଣ ଙ୍କର ଜୀଵନ ମଧ୍ୟ ଚାଲିଯାଉଛି। ଖବର ନେବାରୁ ଜଣାପଡିଛି ଯେ ଉକ୍ତ ରାସ୍ତାର ମରାମତି ପାଇଁ ସରକାରଙ୍କ ଅନୁଦାନ ଅର୍ଥ ଆସୁଛି କିନ୍ତୁ ରାସ୍ତା ପାଇଁ ଠିକ୍ ବିନିଯୋଗ ହୋଇପାରୁନାହିଁ ବୋଲି ଚର୍ଚ୍ଚା ଚାଲିଛି। ତେଣୁ ଉକ୍ତ ରାସ୍ତାର ମରାମତି ତଥା ନଵିକରଣ ପାଇଁ ଜନସାଧାରଣ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post