ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ତରଫରୁ ପାରଳାଖେମୁଣ୍ଡି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କର ୧୩୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ଜମାଦାର , ଅବସରପ୍ରାପ୍ତ ପ୍ରାଧ୍ୟାପକ ମହମ୍ମଦ୍ ନାସିର୍ ବେଗ୍ , ଅବସରପ୍ରାପ୍ତ ପ୍ରଶାସକ ଅଶ୍ୱିନୀ କୁମାର ପାଢୀ ଏବଂ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯଥାକ୍ରମେ ମୁଖ୍ୟଅତିଥି , ମୁଖ୍ୟବକ୍ତା ଏବଂ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦାନ କରିଥିଲେ।
ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଭାଗବତ ପାଢୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।
ବକ୍ତାମାନେ ମହାରାଜାଙ୍କ ନୂତନ ଓଡିଶା ନିର୍ମାଣରେ ଶ୍ରେଷ୍ଠ ଭୂମିକା ତଥା ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷିର ଉନ୍ନୟନରେ ପ୍ରମୁଖ ଭୂମିକା ସଂପର୍କରେ ଅବଗତ କରିଥିଲେ।
ଏହି ସମାବେଶରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅରକ୍ଷିତ ଜେନା ସ୍ୱାଗତ ଭାଷଣ ଦେଇଥିଲେ। ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ସୂର୍ଯ୍ୟନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଶରତ ଚନ୍ଦ୍ର ସାହୁ , ବିଚିତ୍ରାନନ୍ଦ ବେବର୍ତ୍ତା , ତ୍ରିପତି ପ୍ରସାଦ ପଣ୍ଡା , ବିଷ୍ଣୁ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post