ଭଞ୍ଜନଗର / ଉଦୟନାଥ ପଣ୍ଡା : ଆଜି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସପ୍ତମ ଥର ପାଇଁ ବିଧାୟକ ପ୍ରାର୍ଥୀ ରୁପେ ଟିକଟ ପାଇବା ପରେ ଦଳ ତରଫରୁ ମହାଆଡମ୍ବର ସହିତ ଖୁସିରେ ସହର ସାରା ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଅପରାଜେୟ ବିଧାୟକ ଭାବେ ସପ୍ତମ ଥର ବିଜୟ ସକାଶେ ସମ୍ବର୍ଦ୍ଧନା ଦେଇ ଜଗନ୍ନାଥ ପ୍ରସାଦ ବ୍ଳକ୍ କର୍ସିଗିଂ ଛକଠାରୁ ବିରାଟ ବାଇକ୍ ଶୋଭାଯାତ୍ରା ରେ ବାହାରି ଥିଲେ। ଏଥିରେ ଜଗନ୍ନାଥ ପ୍ରସାଦ ବ୍ଳକ୍ ର ବିଜେଡି ସାଂସଦ ପ୍ରତିନିଧି ଶ୍ରୀ ବିପ୍ରଚରଣ ବାରିକ ଓ ଜଗନ୍ନାଥ ପ୍ରସାଦ ର ବିଜେଡି ଉପସଭାପତି ଶ୍ରୀ ପ୍ରଭାତ ଚନ୍ଦ୍ର ଦଳବେହେରା ଯୋଗଦାନ କରିଥିଲେ। ଉକ୍ତ ବାଇକ୍ ଶୋଭାଯାତ୍ରା ରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଆରୁଖ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଏକ ଖୋଲା ଜିପ୍ ରେ ଜଗନ୍ନାଥ ପ୍ରସାଦ, ଵେଲଗୁଣ୍ଠା ହୋଇ ଭଞ୍ଜନଗର ମେନରୋଡ୍ ଦେଇ ବାଉଶଲୁଣ୍ଡି ସ୍ଥିତ ବିଜୁ ସ୍ମୃତି ଭବନ ଠାରେ ପହଞ୍ଚିଥିଲେ। ଏଥିରେ ଭଞ୍ଜନଗର ବିଜେଡି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଦିବାକର ନାୟକ, ସମାଜସେବୀ ଶୁଳପାଣି ସତପଥି, ସ୍ଥାନୀୟ ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପନଗରପାଳ ଶୁଭଶ୍ରୀ ଦାସ ସମେତ ବିଭିନ୍ନ ବିଜେଡି ସମର୍ଥିତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ଅନେକ କର୍ମୀ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post