ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ବାରା ଗୁଡାରି ବ୍ଲକର ଖାରିରୁଡା ପଞ୍ଚାୟତର ତଳ ଖାରିଗୁଡା ଗ୍ରାମର ବାପା ମାଆଙ୍କୁ ହରାଇ ସ୍ବତନ୍ତ୍ର ଯତ୍ନ ଆବଶ୍ଯକ କରୁଥିବା ଦୁଇ ଶିଶୁ ଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରାଗଲା।
ପ୍ରକାଶ ଯେ ଉଭୟ ଶିଶୁ ଉଭୟ ବାପା ମାଆଙ୍କୁ ହରାଇ ବଡବାପା ଓ ବଡ ମାଆଙ୍କ ତତ୍ବାବଧାନରେ ରହୁଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ବଡବାପା ଙ୍କ ଦେହାନ୍ତ ହୋଇ ଯାଇଛି। ବଡ ମାଆଙ୍କ ପାଖରେ ନିଜ ଜନ୍ମ କଲା ଛୁଆ ମାନଙ୍କ ଯତ୍ନ ନେବା ପାଇଁ ବହୁତ ଅସୁବିଧା ହେଉଛି ତେଣୁ ସେ ମଧ୍ଯ ଏହି ପିଲାମାନଙ୍କ ଯତ୍ନ ନେବା ପାଇଁ ଅସହାୟତା ପ୍ରକାଶ କରିବା ଯୋଗୁଁ ସେ ଶିଶୁ ମଙ୍ଗଳ କମିଟି ପାଖରେ ଉଭୟ ଶିଶୁ ଙ୍କୁ ହସ୍ତାନ୍ତର କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତାଗଣ, ଶିଶୁ ମଙ୍ଗଳ କମିଟି ର ସଭ୍ଯ ମାନେ ଓ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ରହି ପରିବାରକୁ ପରାମର୍ଶ ସେବା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post