ମା ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା ଉଦଯାପିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆଜି ମହାଆଡ଼ମ୍ବରରେ ଶେଷ ହୋଇଯାଇଛି । ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ, ସୂର୍ଯ୍ୟ ପୂଜା, ମଣ୍ଡଳ ପୁଜା, ଆଳତୀ, ପୁଷ୍ପାଞ୍ଜଳି ,ଦେବତା ବିସର୍ଜନ,ଶାଲାଉତ୍ସର୍ଗ ହୋଇଥିଲା।ଆଜି ଚୈତ୍ର ମାସର ଶେଷ ମଙ୍ଗବାର ହେଇଥିବାରୁ ଆଜି ମନ୍ଦିର ପରିସରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ଚଳିତ ବର୍ଷ ଚୈତ୍ର ଯାତ୍ରା ୨୫ ବର୍ଷ ହେଇଥିବାରୁ ଜଗତ କଲ୍ୟାଣ ନିମନ୍ତେ ପଞ୍ଚକୁଣ୍ଡ ହୋମଯଜ୍ଞ ଆୟୋଜନ କରାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୂତି କରାଯାଇଥିଲା । ଏହି ହୋମଯଜ୍ଞ ପୂଜାକୁ ପୂଜକ ଭାବେ ପ୍ରଭାତ କୁମାର ରଥଶର୍ମା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହି ଯାତ୍ରାକୁ ମନ୍ଦିର ଟ୍ରଷ୍ଟି ସଭ୍ୟ ଓ ଯୁବ ଗୋଷ୍ଟି ମାନଙ୍କ ସହଯୋଗ ରେ ଆଜ ମନ୍ଦିର ପରିସର ଭକ୍ତ ମାନଙ୍କ ପାଇ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା।

 

Leave A Reply

Your email address will not be published.