ପ୍ରଥମ ରୟାଲ ଓପନ କରାଟେ ଚମ୍ପିୟାନସିପ ଆସନ୍ତା ୨୭ ଓ ୨୮ରେ.

0 2

ରାଉରକେଲା, (ବସନ୍ତ କୁମାର ଜେନା ): ପ୍ରଥମ ରୟାଲ କରାଟେ ଓପନ ଚମ୍ପିୟାନସିପ ୨୦୨୪ ଚଳିତ ମାସ ୨୭ ଓ ୨୮ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ସେକ୍ଟର ୧୯ ସ୍ଥିତ ଏକ ସ୍ଥାନୀୟ ହୋଟେଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମୁଖ୍ୟ ଅନୁଦେଷ୍ଟା ଧର୍ମେନ୍ଦ୍ର ସିଂ, ସଭାପତି ରାଜେଶ ପ୍ରସାଦ ଦାସ, ସମ୍ପାଦକ ଶିବ ପ୍ରସାଦ ନାଥ, ସଭ୍ୟ ଉମାଶଙ୍କର ଦୁବେ, ରକି ଖାଡିଆ, ନାରାୟଣ ପ୍ରଧାନ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଅରଗାନାଇଜେସନ ତରଫରୁ ପ୍ରଥମ ରୟାଲ ଓପନ କରାଟେ ଚମ୍ପିୟାନସିପ ୨୦୨୪ ଆସନ୍ତା ଏପ୍ରିଲ ମାସ ୨୭ ଓ ୨୮ତାରିଖ ଦିନ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ। ଏହି ଚମ୍ପିୟାନସିପରେ ରାଉରକେଲା, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ, ଜାମସେଦପୁର ପ୍ରମୁଖ ସ୍ଥାନରୁ ୧୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଓଜନ ଓ ବୟସର ବିଭିନ୍ନ କେଟାଗୋରୀରେ ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ପୁରୁଷ ଓ ମହିଳାମାନେ ଭାଗନେବେ। ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଗୋଲ୍ଡ ,ସିଲିଭର,ବ୍ରୋଞ୍ଜ ମେଡାଲ ଓ ଯେଉଁମାନେ ବ୍ଲାକ ବେଲ୍ଟ ପରୀକ୍ଷା ଦେଇଥିଲେ ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ବ୍ଲାକ ବେଲ୍ଟ ପ୍ରଦାନ କରାଯିବ। ଏହି ଅବସରରେ ଶ୍ରୀ ସିଂ ଓ ସଭାପତି ଶ୍ରୀ ଦାସ ସୂଚନା ଦେଇ କହିଲେ ଯେ କରାଟେ ର ଅର୍ଥ ଖାଲି ହାତ। କରାଟେ ନିଜର ସୁରକ୍ଷା, ଆତ୍ମବିଶ୍ବାସ, ଶାରିରୀକ ସୁସ୍ଥତା ଓ ମାନସିକ ଦୃଢ଼ତା ପ୍ରଦାନ କରିଥାଏ ବୋଲି କହିଥିଲେ। ଏଣୁ ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଅନୁରୋଧ କରାଯାଇଛି। ଶେଷରେ ଶ୍ରୀ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.