ଜାମସେଦପୁର ସଡ଼କ ଦୁର୍ଘଟଣାରେ ଗୁଣପୁର ଯୁବକଙ୍କ ମୃତ୍ୟୁ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ବିହାର ଜାମସେଦପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଗୌଡ଼ ସାହିର ପ୍ରଶାନ୍ତ କୁମାର ଗୌଡ଼ଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ବାପା ଅବସରରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମାଧବ ଗୌଡ଼, ମା, ଦୁଇ ଭାଇ,ଧର୍ମପତ୍ନୀ, ତିନି ବର୍ଷର ପୁଅ ରହିଛି। ପ୍ରଶାନ୍ତଙ୍କ ଅକାଳ ବିୟୋଗ ଭଳି ଦୁଃଖଦ ଖବର ସହରରେ ଶୋକର ଛାୟା ଖେଳିଯାଇଛି। ସ୍ଵର୍ଗତଃ ପ୍ରଶାନ୍ତ ଜାମସେଦପୁରରେ କିଛି ବର୍ଷ ହେଲା ଏକ ଘୋରଇ କମ୍ପାନୀରେ କାମ କରୁଥିଲେ। ନିକଟରେ ନିଜ ପରିବାରକୁ ଗୁଣପୁରରେ ଛାଡି ବଡ଼ ଭଉଣୀ ଘରେ ରଗୁଥିଲେ। ପ୍ରାପ୍ତ ଖବରରୁ ଜଣାପଡିଛିଯେ ଗତକାଲି ରାତି ୧୦ ଟା ବେଳେ ଅଫିସ କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିଲେ। ଏକ ଟ୍ରକ ପଛପଟରୁ ଧକ୍କା ଦେବା ଯୋଗୁଁ ପ୍ରଶାନ୍ତର ମୃତ୍ୟୁ ଘଟିଥିଲା। ଜାମସେଦପୁରରେ ରହୁଥିବା ଭଉଣୀ ଓ ଭିଣେଇଙ୍କୁ ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ଦେଇଥିଲେ। ଆଜି ସକାଳେ ମୃତ ପ୍ରଶାନ୍ତଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ମର ଶରୀରକୁ ଆମ୍ବୁଲାନ୍ସରେ ଗୁଣପୁର ଅଣାଯାଉଛି। ଆଜି ମଧ୍ୟ ରାତ୍ରରେ ପହଞ୍ଚିବା ପରେ ପରିବାର ଲୋକ ଶେଷ ଦର୍ଶନ କରିବେ। ଏହାପରେ ସ୍ଥାନୀୟ ବଂଶଧାରା ନଦୀକୂଳରେ ଅନ୍ତିମ ସଂସ୍କାର କରାଯିବ ।

 

Leave A Reply

Your email address will not be published.