ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଳକ ଫଗୋଳ ଓ ଜୟରାମପୁର ପଞ୍ଚାୟତର ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି l ଏହି ଅବସରରେ ନିଶ୍ଚିନ୍ତକୋଇଲି ତହସିଲ ଛକ ବିଜେଡ଼ି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବରେ ଆସ୍ଥା ଓ ଭରସା ପ୍ରକଟ କରି ଫଗୋଳ ଓ ଜୟରାମପୁର ପଞ୍ଚାୟତର ସେକ୍ ଇନତିୟାତ୍ , ସେକ୍ ମୁନସବ୍ , ମୀର ଫୟାଜ ,ମୀର ଜମିଲି , ମୀର ମୁମତାଜ୍ , ମୀର ଆଲାମ୍ ମୁକ୍ତାର ଖାଁ, ମୀର ଜଲାଲ, ସେକ୍ ଜାକିର, ସେକ୍ ବଶୋ, ସେକ୍ ରାହିଲ, ମୀର ହୀରା, ସେକ୍ ଭୁଟୁ, ସେକ୍ ସାଜନ, ସାହିଲ , କମିଲ, ଫାରକ ଉଦ୍ଦିନ୍, ସେକ୍ ଫୁରକାନ୍, ବିଷ୍ଣୁଚରଣ ମଲିକ, ଆଶିଷ କୁମାର ନାୟକ,ୱାର୍ଡ଼ ସଭ୍ୟ ଦିଲନ ସାହୁ, ଅଜୟ ସାମଲ, କାହ୍ନୁ ସାମଲ, ୱାର୍ଡ଼ ସଭ୍ୟ ବୁଲା ସାମଲ, କୈଳାସ ବେହେରା, ସୁନାକର ବେହେରା, କାଳିନ୍ଦୀ ବେହେରା, ମହେନ୍ଦ୍ର ସେଠୀ, ରାଜକିଶୋର ବେହେରା, ଅର୍ପଣ ଦାସ, ତ୍ରିଲୋଚନ ଦାସ, ମାନିନୀ ଦାସ, ଶକୁନ୍ତଳା ଦାସ, ଲକ୍ଷ୍ମୀପ୍ରିୟା ଦାସ,କବିତା ବେହେରା, କଲ୍ୟାଣୀ ସେଠୀ, ଡ଼ଲି ବେହେରା, ସୁମୋନିଲ ବେହେରା,ରେଣୁକା ବେହେରା, ମୀନାକ୍ଷୀ ବେହେରା, ମାମାଲି ମଲିକ, ସେକ୍ ଅବଦୁଲ ରସିଦ୍ ଙ୍କ ସମେତ ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଛନ୍ତି l ଦିନକୁ ଦିନ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡ଼ି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତିକୁ ବୃଦ୍ଧି କରୁଥିଲା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ସଂଗଠନ ଦିନକୁ ଦିନ ଦଳୀୟ କର୍ମକର୍ତ୍ତାଙ୍କ ମନମାନୀ କାର୍ଯ୍ୟ ପାଇଁ ଦୁର୍ବଳ ହେବାରେ ଲାଗିଛି l
ଏହି ଅବସରରେ ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଧାୟକ ପ୍ରତାପ ଜେନା ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ ଯାହାପାଇଁ ସମସ୍ତ କର୍ମୀମାନେ ଡ଼ବଲ ଶଙ୍ଖରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସହଯୋଗର ହାତ ବଢାଇବାକୁ ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଳକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର ଙ୍କ ସମେତ ପଞ୍ଚାୟତର ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ ।