ଗୁଣପୁର ପୌରାଞ୍ଚଳରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବର୍ତମାନର ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଲୋକମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପୋୖର ପାଳିକା ପକ୍ଷରୁ ସହରର ମୁଖ୍ୟ ସ୍ଥାନ ଗୁଡିକରେ ଫ୍ରିଜରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର କରିଛନ୍ତି।ଦୀର୍ଘ ବର୍ଷ ପରେ ସାଧାରଣ ଜନତାଙ୍କ ଦାବିକୁ ଗୁରୁତ୍ୱାରୋପ କରି କତ୍ତୃପକ୍ଷ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ସହରର ବିଭିନ୍ନ ମୁଖ୍ୟ ଛକ ଗୁଡିକରେ ଏହିଭଳି ସ୍ଥାୟୀ ବ୍ୟବସ୍ଥା କରିବା ପରେ ଆଉ ଜଳଛତ୍ର ଖୋଲିବା ଆବଶ୍ୟକତା ପଡିଲା ନାହିଁ। ସ୍ଥାପନ ହୋଇଥିବା ଫ୍ରିଜ ଗୁଡିକରୁ ତିନି ପ୍ରକାର ପାନୀୟ ଜଳ ବିନା ଥଣ୍ଡା, ଅତ୍ୟଧିକ ଥଣ୍ଡା ଏବଂ ସାମାନ୍ୟ ଥଣ୍ଡା ପାଣି ଆସୁଛି। ପଥିକ ମାନେ ପିଇବା ପାଇଁ ଫ୍ରିଜ ନିକଟରେ ଶିକୁଳି ଲାଗିଥିବା ଷ୍ଟିଲ ଗ୍ଲାସର ବ୍ୟବସ୍ଥା କରିଛନ୍ତି। ଏହି ଫ୍ରିଜ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପରେ ଲୋକମାନେ ବଡ଼ ବଡ଼ ବୋତଲ ଓ ବାଲଟିରେ ପାଣି ନେବା ପାଇଁ ଭିଡ଼ ଦେଖାଯାଉଛି। ରାଜ୍ୟ ସରକାର ଓ ପୋୖର କତ୍ତୃପକ୍ଷଙ୍କ ଏହି ଜନହିତକର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି ସମ୍ପର୍କରେ ପୋୖର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ସୂଚନା ଦେଇ କହିଛନ୍ତିଯେ ଫ୍ରିଜ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବର୍ତ୍ତମାନ ସହରର ୧୭ ଟି ସ୍ଥାନରେ ୧୮ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଛି। ସ୍ଥାନ ନିରୂପଣ ପରେ ଆଉ ୧୩ ଟି ଫ୍ରିଜ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା ପାଇଁ ଯୋଜନା ରହିଛି। ଏହା ସହିତ ପ୍ରାଥମିକ ଚିକିତ୍ସା ସୁବିଧା ନିମନ୍ତେ ଉପକରଣ ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.