ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ପର୍ବରେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରାଯାଉଛି। ଜିଲ୍ଲାରେ ଶତପ୍ରତିଶତ ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଷ୍ଟିକର , ବେନର ମାଧ୍ୟମରେ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଜିଲ୍ଲାର ୧୨ ଗୋଟି ଗ୍ୟାସ୍ ବିତରଣ କେନ୍ଦ୍ର ଓ ୧୮ ଗୋଟି ପେଟ୍ରୋଲ ପମ୍ଫ୍ କେନ୍ଦ୍ରର କର୍ମଚାରୀ ମାନଙ୍କ ଦ୍ବାରା ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର କରାଯାଉଛି।
“ଚାଲ ସମସ୍ତେ ଭୋଟ ଦେବା , ଗଣତନ୍ତ୍ରର ମାନ ରଖିବା ” ସ୍ଲୋଗାନ ଦେଇ ଭୋଟର ଭାଇ ଭଉଣୀ ମାନଙ୍କୁ ସଚେତନ କରାଯାଉଛି ଓ ସମସ୍ତେ ଭୋଟର ଆସି ମେ ମାସ ୧୩ ତାରିଖ ଦିନ ନିଜର ବହୁମୂଲ୍ୟ ମତଦାନକୁ ସାବ୍ୟସ୍ତ କରିବାକୁ ଭୋଟର ମାନଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଉଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଓ ତାଙ୍କ କର୍ମଚାରୀ ପ୍ରମୁଖ ସହଯୋଗରେ ସଚେତନତା କରାଯାଉଛି।
Sign in
Sign in
Recover your password.
A password will be e-mailed to you.