ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି , ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳର ନେତା ଓ କର୍ମୀ ମାନେ ସେମାନଙ୍କ ଦଳ ଛାଡି ବିଜେଡି ମୁହାଁ ହେବାରେ ଲାଗିଛନ୍ତି ଏବଂ ଦିନକୁ ଦିନ ବିଜେଡି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ଗତକାଲି ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି ର କର୍ମୀ ଓ ନେତା ମାନେ ବିଜେଡି ଦଳରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି।
ଏମାନେ ସବୁ ଭୁବନେଶ୍ବର ଶଙ୍ଖ ଭବନକୁ ଯାଇ ଗଜପତି ଜିଲ୍ଲା ବିଜେଡିର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଏବଂ ରାଜ୍ୟସଭା ସାଂସଦ ଡ଼ଃ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡ଼ି ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।
ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳରେ ମିଶିଥିବା ସମସ୍ତଙ୍କୁ ଉପଢୌକନ ଦେଇ ସମସ୍ତଙ୍କୁ ସ୍ଵାଗତ କରାଯାଇଥିଲା। ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡିରେ ମିଶିବା ଫଳରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନ ଆହୁରି ଅଧିକ ମଜଭୁତ ହୋଇ ବିଜେଡି ବିଧାୟକ ପ୍ରାର୍ଥୀ ଇଁ .ରୁପେଶ ପାଣିଗ୍ରାହି ଅଧିକ ଭୋଟ ପାଇ ବିଜୟୀ ହେବେ ବୋଲି ଆଶାବ୍ୟକ୍ତ କରାଯାଇଛି।
ବିଜେଡିରେ ମିଶିବା ପରେ ସନ୍ଧ୍ୟାରେ ସମୟରେ ସମସ୍ତେ ନବୀନ ନିବାସ ଯାଇ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ଗତକାଲି ଅପରାହ୍ନ ୨ ଟା ସମୟ ରେ ଶଙ୍ଖ ଭବନକୁ ଯାଇ ପୂର୍ବତନ କାଉନସିଲର ତଥା ନଗର ପାଳିକା ପ୍ରାର୍ଥୀନୀ ଶ୍ରୀମତୀ ଖଗେଶ୍ୱରୀ ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ସେବାଦଳ ସଭାପତି ଶ୍ରୀ କୃଷ୍ଣ ବେହେରା , ପୂର୍ବତନ କାଉନସିଲର ଶ୍ରୀ ବିଭୁତି ନାୟକଙ୍କ ସମେତ ଶ୍ରୀ ଜୁଏଲ ଦାସ ବର୍ଦ୍ଧନ , ଶ୍ରୀ ଲଷ୍ମୀ ସେଠି , ଦୀପିକା ଜେନା , କଂଗ୍ରେସ ନେତ୍ରୀ ପ୍ରମିଳା ନାୟକ , ବିଜିଲି ପ୍ରଧାନ , ସନ୍ତୋଷ ପାତ୍ର , ପୁରୁଷୋତ୍ତମ ମହାଙ୍କୁଡ , ବେଳସନ ଦାସ , ଶିବ ପ୍ରସାଦ ପାଟଯୋଶୀ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ଯୋଗ ଦେଇଛନ୍ତି।
ସେହିପରି ଗୁମ୍ମା ବ୍ଲକର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ବେର୍ଣ୍ଣିକ ଗମାଙ୍ଗ , ଅଜୟଗଡ଼ ସରପଞ୍ଚ ସେଲେମୀ ରଇତ , ନାଏବା ସରପଞ୍ଚ ଶ୍ରୀ ଲଷ୍ମଣ କାର୍ଜି , ମେନିତ ରଇତ , ସୁମନ ମହାନ୍ତି ପ୍ରମୁଖ ବିଜେଡିରେ ମିଶିଛନ୍ତି।
ସେହିଭଳି କାଶୀନଗର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁଙ୍କ ନେତୃତ୍ୱରେ କାଶୀନଗର ବ୍ଲକର ଲୋକପ୍ରିୟ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ସାହୁକାରଙ୍କ ସମେତ ଶ୍ରୀ ୱାଇ ଧନଞ୍ଜୟ ଏବଂ, ଗୋପୀନାଥ ଦାସ ସହ ବହୁ ନେତା କର୍ମୀ ଯୋଗ ଦେଇଥିଲେ।
ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନେତା ଓ କର୍ମୀ ମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟଧାରା , ସ୍ୱଚ୍ଛ ଶାସନ ନିର୍ମଳ ଭାବମୂର୍ତ୍ତି ଏବଂ ତାଙ୍କ ନୀତି ଆଦର୍ଶର ଅନୁପ୍ରାଣିତ ହୋଇ ସେମାନେ ବିଜେଡି ଦଳରେ ମିଶିଛନ୍ତି ଏବଂ ବିଜେଡି ଦଳରେ ସେମାନଙ୍କୁ ଗ୍ରହଣ କରା ଯାଇଥିବା ଯୋଗୁଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମସ୍ତ ଗଜପତି ଜିଲ୍ଲା ଓ ରାଜ୍ୟ ନେତୃବୃନ୍ଦ ଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post