ନିଷ୍ଠାର ସହ କାର୍ଯ୍ୟ କଲେ ବିଜୟ ଅବଶ୍ୟମ୍ଭାବୀ : ଅରୁଣ

0 1

ବିଜୁ ଜନତା ଦଳ କର୍ମି ସମ୍ମିଳନୀ ଅନୁଷ୍ଠିତ

ଓଡ଼ଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ କଲେଜ ରୋଡ଼ସ୍ଥିତ ହ୍ଵାଇଟ ହାଉସ କଲ୍ୟାଣମଣ୍ଡପ ଠାରେ ରବିବାର ଏକ ବିଶାଳ କର୍ମୀ ସମ୍ମିଳନୀ ଓ ୨୦୨୪ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଆହ୍ବାନ କ୍ରମେ ଆୟୋଜିତ ସମ୍ମିଳନୀରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବ୍ଲକ ବିଜେଡି ସଭାପତି ସୁର୍ଯ୍ୟନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ, ବିଭୁପ୍ରସାଦ ସାହୁଙ୍କ ସହିତ ବିଭିନ୍ନ ପଞ୍ଚାୟତର ପର୍ଯ୍ୟବେକ୍ଷକ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁଙ୍କ ଜୀବନ ଶୈଳି ଉପରେ ବୃତଚିତ୍ର ପ୍ରଦର୍ଶିତ ହୋଇଥିଲା । ନିର୍ବାଚନ ଯୁଦ୍ଧର ଆହ୍ବାନକୁ ସାମ୍ନା କରିବା ପାଇଁ ସମସ୍ତ କର୍ମି ଶତତ ଜାଗ୍ରତ ରହିବାର ଆବଶ୍ୟକ ବୋଲି ଡ. ସାହୁ କହିଥିଲେ । ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।ଆପଣମାନଙ୍କ ପାଖରେ ଶକ୍ତି ଓ ସାମର୍ଥ ରହିଛି । ଏହାର ଉପଯୁକ୍ତ ପ୍ରୟୋଗରେ ଆମେ ସଫଳତା ହାସଲ କରିପାରିବା । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦୃଢ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ବିଧାୟକ ଅରୁଣ ସର୍ବଦା କର୍ମୀ ମାନଙ୍କୁ ଗୁରୁତ୍ବ ଦେଇ ଆସୁଥିବା ବେଳେ ଆମେମାନେ ନିଷ୍ଠାର ସହ କାର୍ଯ୍ୟକଲେ ବିଜୁ ଜନତା ଦଳ ନିଶ୍ଚିତ ବିଜୟ ହାସଲ କରିବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ମହିଳା, ଯୁବ ଓ ଛାତ୍ରମାନେ ସାମିଲ ରହିଥିଲେ।

Leave A Reply

Your email address will not be published.