ନୟାଗଡ଼ -ଓଡଗାଁ ୩୩ କେଭି ବାଧାପ୍ରାପ୍ତ,ଶ୍ରୀରାମ ନବମୀ ଯାତ୍ରାରେ ଲୋକେ ହତସନ୍ତ

0 1

ଓଡଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର) ଓଡଗାଁରେ ୧୩ ଦିନ ବ୍ୟାପୀ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଚାଲିଥିବା ବେଳେ ଟାଟା ପାୱାରର ଅବହେଳାରୁ ୧୦ ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ସମସ୍ତଙ୍କୁ ବ୍ୟଥିତ କରିଛି । ବିଭାଗୀୟ ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ଦେଢଟାରୁ ନୟାଗଡ଼ ରାଜପାଟଣା ଗ୍ରୀଡ଼ରୁ ଓଡ଼ଗାଁକୁ ସଂଯୋଗ କରୁଥିବା ୩୩ କେଭି ଲାଇନରେ ବିଭ୍ରାଟ କାରଣରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ହେଲେ ଦିନ ଦ୍ବିପ୍ରହରରୁ ବିଦ୍ୟୁତ ଲାଇନ ବିଛିନ୍ନ ହୋଇଥିବା ବେଳେ ବିଭଗୀୟ ସଂସ୍ଥା ସନ୍ଧ୍ୟା ୬ ପରେ ଫଲଟ ପାଇବାପରେ କାମ ଆରମ୍ଭ କରିଥିବା ଜଣାଯାଇଛି । ଫଳରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଓଡ଼ଗାଁ ଅଂଚଳର ପ୍ରାୟ ୫୦ ହଜାର ଗ୍ରାହାକ ବିଦ୍ୟୁତ ସେବା ପାଇନଥିବା ବେଳେ ଶ୍ରୀରାମ ନବମୀ ଯାତ୍ରାରେ ଶ୍ରଦ୍ଧାଳୁ ମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି ।ସୂଚନାଯୋଗ୍ୟ ତିନିଦିନ ଯାତ୍ରା ମଧ୍ୟରେ ୧୦ ରୁ ଉର୍ଦ୍ଧ ମହିଳାଙ୍କ ବେକରୁ ସୁନା ଗହଣା ଚୋରି ଅଭିଯୋଗ ହୋଇଥିବା ବେଳେ ଅନ୍ଧାର ରାତିରେ ଯାତ୍ରା ରାସ୍ତା ଓ ମନ୍ଦିର ପରିସର ଆଦୌ ସୁରକ୍ଷିତ ନୁହେଁ । ସର୍ବୋପରି ଟାଟାପାୱାର କର୍ମଚାରୀଙ୍କ ଅପାରଗତା କାରଣରୁ ଲୋକେ ପ୍ରଚଣ୍ଡ ତାତିରେ ଡହକ ବିକଳ ହେଉଛନ୍ତି । ହେଲେ ମରାମତି ଚାଲିଛି ରାତି ୯ ପରେ ଲୋକେ ବିଦ୍ୟୁତ ପାଇବେ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା କହିଛନ୍ତି ।

Leave A Reply

Your email address will not be published.