ଓଡ଼ଗାଁ ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ବରସାହି ଗ୍ରାମପଞ୍ଚାୟତରେ ଓଡ଼ଗାଁ ତlଲୁକ୍ ଆଇନ ସେବା କମିଟି ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ତlଲୁକ୍ ଆଇନ ସେବା କମିଟି ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରlଜଜ୍ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଏତଲା, ଗିରଫ ପରୱାନା ଓ ଅନ୍ୟାନ୍ୟ ଆଇନ ସମ୍ବନ୍ଧୀୟ ଦିଗ ଉପରେ ଆଲୋଚନା କରଯାଇଥିଲା।ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଧିକାରୀ ଓଡ଼ଗାଁ ହରମୋହନ ଦାଶ, ଓଡ଼ଗାଁ ଓକିଲ ସଂଘର ସଭାପତି ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁ,ଅତିରିକ୍ତ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର, ଆଇନଜୀବି ଚିତ୍ତରଞ୍ଜନ ଦାଶ ଓ ସ୍ଥାନୀୟ ସରପଞ୍ଚ ତଥା ଆଇନଜୀବି ଅମରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମାଜରେ ସମସ୍ତେ ଆଇନ ସମ୍ବନ୍ଧରେ ସଚେତନ ହେଲେ ଗୋଟେ ସୁସ୍ଥ ସମାଜ ଗଠନ ସମ୍ଭବ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ରେ ସ୍ଥାନୀୟ ଅଞ୍ଚଳର ବହୁ ମୂରବୀ ସ୍ଥାନୀୟ ବ୍ୟକ୍ତି ଓ ମହିଳା ପ୍ରତିନିଧି ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.