ଓଡ଼ଗାଁ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରୀ ରାମନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଚତୁର୍ଥ ସନ୍ଧ୍ୟାରେ କୈବର୍ତ୍ତ ଦ୍ଵାରା ପ୍ରଭୁ ଶ୍ରୀରାମଙ୍କ ପଦ ପ୍ରକ୍ଷ୍ୟାଳନ ଏବଂ ଗଙ୍କପାର ବେଶର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ମର୍ଯ୍ୟାଦା ପୁରୁଷୋତ୍ତୋମ ପ୍ରଭୁ ଶ୍ରୀରାମ କେବଳ ଦୁଷ୍ଟ ମାନଙ୍କୁ ଦମନ କରିବା ପାଇଁ ନୁହେଁ, ବରଂ ଯୁଗ ଯୁଗ ଧରି ପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ଅପେକ୍ଷାରତ ଭକ୍ତମାନଙ୍କ ଇଚ୍ଛା ପୂର୍ଣ୍ଣ ଲାଗି ଧରାପୃଷ୍ଠରେ ଅବତରଣ କରିଥାନ୍ତି। ସତ୍ୟଯୁଗରେ ବ୍ୟାଧି ଗ୍ରସ୍ତ ଶବର ଅନାବିଳ ପ୍ରେମ ଭକ୍ତିରେ ପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ ଆକୁଳ ନିବେଦନ ରଖିଥିଲା। ଭକ୍ତର ମନବାଞ୍ଛା ପୁରାଣ ପାଇଁ ଭଗଵାନ ଭକ୍ତ ନିକଟରେ ପହଞ୍ଚିଥିଲେ। ଏବଂ ମୋକ୍ଷ୍ୟ ପ୍ରାପ୍ତି ପାଇଁ ବରପ୍ରଦାନ କରିଥିଲେ। କିନ୍ତୁ ବାରମ୍ବାର ଭଗବାନଙ୍କ ଦର୍ଶନ ଲାଭ କରିବା ପାଇଁ ପୁନର୍ଜନ୍ମର ଆବଶ୍ୟକତା ଅଛିବୋଲି ଭଗଵାନଙ୍କ ନିକଟରେ ଶବର ପ୍ରାର୍ଥନା କରିଥିଲେ। ଅସ୍ତୁ ବୋଲି କହି ଭଗବାନ ସେଠାରୁ ଚାଲିଯାଇଥିଲେ। ତ୍ରେତୟା ଯୁଗରେ ପୁନଃ ଭାଗଵଙ୍କୁ ଦର୍ଶନ କରିବା ପାଇଁ ଶବର କୈବର୍ତ୍ତ ରୂପରେ ଗଙ୍ଗଘାଟରେ ଡଙ୍ଗା ଧରି ଅପେକ୍ଷା କରି ରହିଛି। କେବେ ଆସିବ ସେ ସୁଦିନ ମୁଁ ପ୍ରଭୁଙ୍କ ଦର୍ଶନ ଲଭିବି।ଭକ୍ତର ଭଗବାନ ସେ, ମନର କଥା ବୁଝିପାରନ୍ତି, ଠିକ୍ ସେହିଭଳି ଭକ୍ତ ମଧ୍ୟ ଭାଗଵନଙ୍କ କଥା ବୁଝିପାରେ। ତାଡକାକୁ ବଦ୍ଧ କରି ପ୍ରଭୁ ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କ ସହିତ ବିଶ୍ଵାମିତ୍ର ମୁନୀଙ୍କ ମାର୍ଗ ଦର୍ଶନରେ ମିଥିଳା ଅଭିମୁଖେ ଯାଉଥିବା ବେଳେ ବାଟରେ ପଥର ଶିଳାଟିଏ ଶ୍ରୀରାମଙ୍କ ପାଦ ସ୍ପର୍ଶରେ ସୁନ୍ଦର ନାରୀରେ ପରିଣତ ହେଲା। ମିଥିଳାର ରାଜା ଜନକଙ୍କର କନ୍ୟା ମୈଥିଳୀଙ୍କ ସ୍ଵୟମ୍ବର ସଭାକୁ ରାମ ଲକ୍ଷ୍ମଣଙ୍କୁ ନେଇ ଯାଉଥିବା ବିଶ୍ଵାମିତ୍ର ଋଷି ଏହି ଚମତ୍କାର ଦେଖି ଗଙ୍ଗାଘାଟରେ କୈବର୍ତ୍ତକୁ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏମାନଙ୍କ ମଧ୍ୟରେ ଶ୍ୟାମଳ ବର୍ଣ୍ଣ ଧାରଣ କରିଥିବା ସୈାମ୍ୟକାନ୍ତି ବାଳକଙ୍କ ପାଦ ଧୌତ ନକରି ନାବରେ ବସେଇବୁ ନାହିଁ ବୋଲି କହିଥିଲେ। ଘାଟରେ ପ୍ରଭୁ ପହଞ୍ଚିବାପରେ ଅପେକ୍ଷାରତ ଭକ୍ତ ଏବଂ ଭଗବାନଙ୍କ ମିଳନର ଅଲୌକିକ ଦୃଶ୍ୟକୁ ଦେଖିବା ପାଇଁ ଆକାଶର ଦେବତା ମାନେ ଅପେକ୍ଷା କରି ରହିଥିଲେ। ବିଜ୍ଞାନୀ କୈବର୍ତ୍ତ ଇଷ୍ଟଙ୍କର ପାଦ ପ୍ରକ୍ଷ୍ୟାଳନ କରିବାକୁ ଅନୁରୋଧ କରିଥିଲେ। ଭକ୍ତକୁ ପରୀକ୍ଷା କରିବା ପାଇଁ ପ୍ରଭୁ ଶ୍ରୀରାମ ବିଭିନ୍ନ ଆଳ ଦେଖାଇ ପାଦ ଧୌତ କରିବାକୁ ନଦେଇ ଜାଣିଶୁଣି ଏଡ଼ାଇ ଯାଉଥିଲେ। ମାତ୍ର ଚତୁର କୈବର୍ତ୍ତ ପଦଧୁଳି ପଡ଼ି ନୌକା ଟି ନାଇକା ହେଲେ ପରିବାର ପ୍ରତିପୋଷଣ କରିପାରିବନି ବୋଲି କହି ଯୁକ୍ତି ଦର୍ଶାଇ ଭଗବାନଙ୍କୁ ବିବଶ କରିଦେଇଥିଲେ। ଭକ୍ତର ଯୁକ୍ତି ଏବଂ ତର୍କରେ ହାରିବାକୁ ପସନ୍ଦ କରୁଥିବା ଭଗବାନ ପ୍ରକ୍ଷ୍ୟାଳନ ପାଇଁ ପାଦ ବଢାଇ ଦେଲେ। ପ୍ରଭୁଙ୍କ ପାଦ ହାତରେ ଧରି ପ୍ରକ୍ଷ୍ୟାଳନ କରୁଥିବା ବେଳେ ଯାହା ବ୍ରହ୍ମା ଶିବ ଚେଷ୍ଟା କରି ମଧ୍ୟ ପାଇନଥିଲେ ତାହା ସାମାନ୍ୟ କୈବର୍ତ୍ତ ହାସଲ କଲା। ସାମ୍ପ୍ରତିକ ସମୟରେ ମାନବ ସମାଜ ରାମାୟଣର କଥାବସ୍ତୁ ଅନୁସାରେ ନିଃସ୍ବାର୍ଥପରତାର ସହିତ ନିଜକୁ ସମର୍ପି ଦେଲେ ଏଠି ମଧ୍ୟ ରାମରାଜ୍ୟର ଅନୁଭବ ହେଇପାରିବ। ଆସନ୍ତାକାଲି ସୋମବାର ଧନୁଭଗ୍ନ ବା ସୀତା ବିବାହ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।
Sign in
Sign in
Recover your password.
A password will be e-mailed to you.
Next Post