ପଦ୍ମପୁର ଲଢେଇ: ବର୍ଷା ଓ ବିଜେଡିକୁ ଏଜ ମିଳିବ ବୋଲି ଚର୍ଚ୍ଚା

0 1

ଦ୍ଵିତୀୟ ସ୍ଥାନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର

ବରଗଡ :- ଧୀରେ ଧୀରେ ପାଖେଇ ଆସୁଛି ସାଧାରଣ ନିର୍ବାଚନ 2024 । ପ୍ରବଳ ତାତି ସାଙ୍ଗକୁ ବଢ଼ିବାରେ ଲଗିଛି ରାଜନୈତିକ ତାପମାତ୍ରା । କିଏ କିଏ ଟିକେଟ ପାଇବେ ସେ ଟେନ୍ସନ ସରିବା ପରେ ଏବେ ଆରମ୍ଭ ହୋଇଛି ନିର୍ବାଚନ ଲଢ଼ିବାର ଓ ଜିତିବାର ପ୍ରସ୍ତୁତି । ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ସାତ ଗୋଟି ବିଧାନସଭା ଆସନ ରହିଥିବା ବେଳେ ବର୍ତ୍ତମାନ ସବୁ ରାଜନୈତିକ ଦଳ ତରଫରୁ ପ୍ରାର୍ଥ ଘୋଷଣା ସରିଛି । ଏବେ ଅପେକ୍ଷା କେବଳ ନିର୍ବାଚନ ପ୍ରକ୍ରିୟା ଓ ମତଦାନ କୁ ।
Imageବରଗଡ଼ ଜିଲ୍ଲାର ପାଞ୍ଚ ବିଧାନସଭା ଭିତରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଉପରେ ରାଜନୈତିକ ଦଳ , ରାଜନୈତିକ ସମୀକ୍ଷକ , ସାଧାରଣ ଜନତା ସମସ୍ତ ଙ୍କର ନଜର ରହି ଆସୁଛି । ଚଳିତ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ ତରଫରୁ ପୁନର୍ବାର ବିଧାୟିକା ବର୍ଷା ସିଂ ବରିହା ନକଟ ଉପରେ ଆସ୍ଥା ରଖି ଟିକେଟ ପ୍ରଦାନ କରିଥିବା ବେଳେ , କଂଗ୍ରେସ ରୁ ଟଙ୍କଧର ସାହୁ ଓ ବିଜେପି ରୁ ଗୋବର୍ଦ୍ଧନ ଭୁଏଙ୍କୁ ଟିକେଟ ପ୍ରଦାନ କରିଛି । ହେଲେ ବର୍ତ୍ତମାନ ଜନମତ କୁ ଗଭୀରତର ସହିତ ଅନୁଧ୍ୟାନ କଲେ ଲାଗୁଛି ଯେ ବର୍ତମାନ ବର୍ଷାଙ୍କର ସପକ୍ଷରେ ଜନମତ ରହିଛି । ଦଳୀୟ କନ୍ଦଳ ଓ ମତାନ୍ତର ନିଶ୍ଚିତ ଭାବରେ ସବୁ ଦଳ ଭିତରେ ରହିଛି । କାରଣ ସବୁ ଦଳରୁ ଟିକେଟ ଆଶାୟୀ ଙ୍କର ଲମ୍ବା ତାଲିକା ରହିଥିଲା ସେମାନଙ୍କ ଭିତରୁ ଯେଉଁ ମାନେ ଟିକେଟ ନ ପାଇ ନିରାଶ ହୋଇଛନ୍ତି ସେମାନେ ତ ନିଶ୍ଚିତ ଭାବରେ ବିରୋଧ କରିବେ | ହେଲେ ଗତ ଷୋହଳ ମାସ ଧରି ବର୍ଷାଙ୍କର ଦ୍ୱାରା ସମ୍ପାଦିତ କାର୍ୟ୍ଯ , ତାଙ୍କର ଲୋକ ସମ୍ପର୍କ ଓ ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କାର୍ଯକ୍ରମ ଓ ଯୋଜନା ବର୍ଷା ଙ୍କୁ ଅନ୍ୟ ପ୍ରାର୍ଥୀମାନଙ୍କ ଠାରୁ ବହୁ ଆଗରେ ରଖିଛି |

Imageଗତ ଷୋହଳ ମାସ ଭିତରେ ଅଂଚଳ ବାସୀ ସ୍ପଷ୍ଟ ଅନୁଭବ କରି ପାରିଛନ୍ତି ଯେ ବର୍ଷା ପ୍ରତେକ ମୁହୂର୍ତ୍ତରେ ତାଙ୍କ ସହିତ ଅଛନ୍ତି । ଉପନିର୍ବାଚନରେ ପଦ୍ମପୁର ବାସୀଙ୍କର ରେକର୍ଡ଼ ଆଶୀର୍ବାଦ ପାଇ ବିଜୟ ଲାଭ କରିବା ପରେ କ୍ରମାଗତ ଭାବରେ ଗାଁ କୁ ଗାଁ ବୁଲି ଲୋକଙ୍କ ସହିତ ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରିବା , ତାଙ୍କ ସୁଖଦୁଃଖ ରେ ସାମିଲ ହୋଇଛନ୍ତି ବର୍ଷା । ଏହା ଭିତରେ ଅଂଚଳରେ ଚାଲିଥିବା ବିକାଶ ମୂଳକ କାର୍ଯର ସମୀକ୍ଷା , ନୂତନ କାର୍ୟ୍ଯ ପାଇଁ ରୋଡ଼ ମେପ ପ୍ରସ୍ତୁତ କରିବା ଆଦି କାର୍ୟ୍ଯ ମଦଜ୍ଞ ସଠିକ ଭାବରେ ସମ୍ପାଦନ କରି ପାରିଛନ୍ତି ବର୍ଷା । ମୁଖ୍ୟତଃ ଯୁବ ପିଢ଼ି ଓ ଅଞ୍ଚଳର ମାଁ ଭଉଣୀ ମାନଙ୍କ ତଥା ବୟୋଜ୍ୟେଷ୍ଠ ଲୋକଙ୍କ ଅଧିକ ପ୍ରିୟ ହୋଇ ପାରିଛନ୍ତି ବର୍ଶା । ଯାହାର କି ଲାଭ ତାଙ୍କୁ ନିର୍ବାଚନରେ ମିଳିବା ନିଶ୍ଚିତ । ସେହଭଳି , ବିଗତ ଦିନରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଅନେକ ଲୋକାଭିମୁଖୀ ଉନ୍ନୟନ ମୂଳ ପ୍ରକଳ୍ପ ଗୁଡିକ ର ଲାଭ ମଧ୍ୟ ବର୍ଷାଙ୍କର ପକ୍ଷ କୁ ମଜବୁତ କରୁଥିବା ବେଳେ ବିରୋଧୀ ମାନଙ୍କ ପାଖରେ ରହିଛି ମୁଦ୍ଦାର ଘୋର ଅଭାବ । ମୁଖ୍ୟତଃ ବିରୋଧୀ କେବଳ ପ୍ରତିଶୃତି ନେଇ ଜନତା ଙ୍କର ପାଖକୁ ଯାଉ ଥିବାବେଳେ, ବିଗତ ଦିନର ବିକାଶ ମୂଳକ କାମ ଓ ରାଜ୍ୟ ସରକାର ଙ୍କର ସଫଳ ଯୋଜନା ସବୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ବର୍ଷା ।

Leave A Reply

Your email address will not be published.