ଭଞ୍ଜନଗର ରେ ବିଜୁ ଜନତାଦଳର ବିଶାଳ ବାଇକ୍ ଶୋଭାଯାତ୍ରା

0 1

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଏପ୍ରିଲ୍ ୨୧ ତାରିଖ ୨୦୨୪ ରବିବାର ଦିନ ୧୧ ଘଣ୍ଟିକା ସମୟରେ ଭଞ୍ଜନଗର ବିଜୁଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ପୁର୍ବ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ସମର୍ଥନରେ ହଜାର ହଜାର ବିଜେଡି କର୍ମୀମାନଙ୍କୁ ନେଇ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶୋଭାଯାତ୍ରାରେ ବିଜେଡି ସମର୍ଥିତ ହଜାର ହଜାର କର୍ମୀ ନିଜ ନିଜ ବାଇକ୍ ରେ ଶଙ୍ଖ ଚିହ୍ନ ଥିବା ବିଜୁଦଳ ପତାକା ଲଗାଇ ଓଡ଼ିଶା ସରକାର ନବିନ ପଟ୍ଟନାୟକ, ବିଧାନ ସଭା ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଓ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଜୟ୍ ଗାନ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ। ହଜାର ହଜାର ବିଜୁଜନତା ଦଳ ସମର୍ଥିତ କର୍ମୀ ମାନଙ୍କ ବାଇକ୍ ଶୋଭାଯାତ୍ରା ମଧ୍ୟରେ ଏକ ସୁସଜ୍ଜିତ ଖୋଲା ଜିପରେ ସ୍ଥାନୀୟ ବିଧାୟକ ବାକ୍ରମ କେଶରି ଓ କନ୍ଧମାଳ ସାଂସଦ ପାର୍ଥିବ ଡ଼ଃ ଅଚ୍ୟୁତ ସାମନ୍ତ ଦଣ୍ଡାୟମାନ ହୋଇ ଜୋଡ ହସ୍ତରେ ସହର ପରିକ୍ରମା କରିଥିଲେ। ଏବଂ ଅନେକ ସ୍ଥାନରେ ସହରର ଜନସାଧାରଣ ତାଙ୍କୁ ସ୍ଵାଗତ ସମ୍ନାନ ପୁର୍ଵକ ଫୁଲମାଳ ଓ ଉତ୍ତରିୟ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା।

ଉକ୍ତ ବିଶାଳ ବାଇକ୍ ଶୋଭାଯାତ୍ରା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପାଖରେ ଥିବା ବିଡେକା ଭବନ ଠାରୁ ବାହାରି ଭେଜିପୁଟ୍, ଷ୍ଟେଟବ୍ୟାଙ୍କ ଛକ, ଖାଲାସିସାହି, ମେଇନ ରୋଡ଼ , ବ୍ଳକ୍ ଛକ, ବାଗଦେବି ରୋଡ଼ ହୋଇ ଜାମପଲ୍ଲି ଏକ ପଡ଼ିଆ ଠାରେ ପହଞ୍ଚିଥିଲା। ପରେ ସେଠାରେ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ମଧ୍ୟାହ୍ନ ଭୋଜନର ଆୟୋଜନ ରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ, କନ୍ଧମାଳ ସାଂସଦ ପ୍ରାର୍ଥୀ ସହିତ ଭଞ୍ଜନଗର ବିଜେଡି ଦଳର ପର୍ଯ୍ୟବେକ୍ଷକ ଶ୍ରୀ ସୁବାସ ମହାରଣା, କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ, ଶ୍ରୀ ଦିବାକର ନାୟକ, ସମାଜ ସେବୀ ଶ୍ରୀ ଶୁଳପାଣି ସତପଥି ସମେତ ବିଭିନ୍ନ ବିଜେଡି ସମର୍ଥିତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ଅନେକ କର୍ମୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.