ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ପର୍ବରେ ନିଜ ନିଜର ମତଦାନକରିବା ପାଇଁ ସଚେତନତା କରାଯିବ। ଜିଲ୍ଲାରେ ଶତପ୍ରତିଶତ ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ତଥା ପାରଳା ପୌରପରିଷଦ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର କରାଯିବ।
“ଚାଲ ସମସ୍ତେ ଭୋଟ ଦେବା , “ଗଣତନ୍ତ୍ରର ମାନ ରଖିବା ” ସ୍ଲୋଗାନ ଦେଇ ଏହି ରଥ ଭୋଟ କେନ୍ଦ୍ର ରହିଥିବା ସମସ୍ତ ଗ୍ରାମକୁ ଯାଇ ଭୋଟର ଭାଇ ଭଉଣୀ ମାନଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତେ ଭୋଟର ଆସି ମେ ମାସ ୧୩ ତାରିଖ ଦିନ ନିଜର ବହୁମୂଲ୍ୟ ମତଦାନକୁ ସାବ୍ୟସ୍ତ କରିବାକୁ ଭୋଟର ମାନଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଉଛି।
ଆଜିର ( ଶନିବାର ଦିନ) ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଶାଖାର ଡେପୁଟୀ କଲେକ୍ଟର କମଳକାନ୍ତ ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post