ସନାତନ ମହାକୁଡ଼ ହେଲେ ଚମ୍ପୁଆରୁ ବିଜେଡି ପ୍ରାର୍ଥୀ

0

 

ଚମ୍ପୁଆ (ଶାସକ ପ୍ରଶାସକ) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସମସ୍ତଙ୍କୁ ପଛରେ ପକାଇ ବିଜେଡି ଟିକେଟ ହାତେଇବାରେ ସଫଳ ହୋଇଛନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଟିକେଟ କାଟି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାଙ୍କୁ ଚମ୍ପୁଆ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏ ନେଇ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଥିବା ବେଳେ ସନାତନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବାଣ ଫୁଟେଇ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ଜିଲ୍ଲା ରାଜନୀତିରେ ଦବଦବା ରଖୁଥ‌ିବା ସନାତନ ମହାକୁଡ଼ କଂଗ୍ରେସ ଦଳ ଛାଡିବା ପରେ ୨୦୧୪ ରେ ଚମ୍ପୁଆ ଆସନରୁ ସ୍ବାଧୀନ ଭାବରେ ନିର୍ବାଚନ ଲଢି ବିଧାୟକ ହୋଇଥିଲେ।

Leave A Reply

Your email address will not be published.