ଅବକାରୀ ଚଢ଼ାଉ, ବ୍ୟାପକ ଦେଶୀ ମଦ ଜବତ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର,ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର ଜାରି ରହିଛି। ଅବକାରୀ ଆୟୁକ୍ତ ନରସିଂହ ଭୋଳ , ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଙ୍କ ନିର୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ତତ୍ୱବଧାନରେ ଓଡିଶା – ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳର ମଙ୍ଗାଳୁଗୁଡା ଏବଂ କତା ଗୁଡା ଗ୍ରାମ ସମେତ ଆଖ ପାଖ ଅଞ୍ଚଳରେ ଗୁଣପୁର ପୋଲିସ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ , ବିଷମ କଟକ ଅବକାରୀ , ମୁନିଗୁଡା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବ୍ୟାପକ ଖାନ ତାଲାସି କରାଯାଇଥିଲା। ଚଢ଼ାଉ ବେଳେ ଦେଶୀ ମହୁଲି ରନ୍ଧା ମଦ ପ୍ରାୟ ୨୫୦୦ ଲିଟର ସହ ବ୍ୟାପକ ପୋଚ ଜବତ କରାଯାଇଛି।ଏଥିସହ ମଦ ରନ୍ଧା ସାମଗ୍ରୀ ଗୁଡିକ ମଧ୍ୟ ଜବତ କରାଯାଇଛି। ଚଢ଼ାଉରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ,ଅବକାରୀ ଉପ ଅଧିକ୍ଷକବିଶ୍ୱଜିତ ମାରାଣ୍ଡି, ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକ, ଭ୍ରାମ୍ୟମାଣ ଅବକାରୀ ପ୍ରମୁଖ ଅବକାରୀ ପଦାଧିକାରୀ ଙ୍କ ସମେତ ପୋଲିସ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ।

 

Leave A Reply

Your email address will not be published.