ଗୁଣପୁର ରେ ଶ୍ରୀ ରାମନବମୀ ଉତ୍ସବ ପାଳନ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଭୁ ଶ୍ରୀ ରାମଚନ୍ଦ୍ର ପବିତ୍ର ଜନ୍ମ ଦିନ ବା ଶ୍ରୀ ରାମନବମୀ ଉତ୍ସବ। ସାରା ଦେଶରେ ଏହି ଭବ୍ୟ ଉତ୍ସବ ବହୁ ଆଡ଼ମ୍ବରେ ପାଳନ କରାଯାଇଥାଏ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ରେ ରାମ ମନ୍ଦିର କମିଟି ସଦସ୍ୟଙ୍କ ସାହାଯ୍ୟରେ ସକାଳ ସମୟରେ ମନ୍ଦିର ପରିସରରେ ଭଗବାନଙ୍କ ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପ୍ରତି ମୂର୍ତ୍ତିକୁ ପଞ୍ଚାମୂତ ସ୍ନାନ,ଅଭିଷେକ, ପୂଜାର୍ଚ୍ଚନା, ହୋମ୍ ଆଦି ଅନୁଷ୍ଠିତ ହୋଇଛି। ରାମ ଲାଲାଙ୍କୁ ବିଭିନ୍ନ ଫୁଲ ରେ ଅଳଙ୍କାର ରେ ସୁସଜ୍ଜିତ କରି ଥିଲେ। ରାମ ଲାଲାଙ୍କ ଦର୍ଶନ କରିବା ନିମନ୍ତେ ଭକ୍ତ ଆଜି ଆଧ୍ୟାତ୍ମିକ ବାତାବରଣ ରହି ଉଲ୍ଲସିତ ମନରେ ଶ୍ରୀ ରାମ ଲାଲାଙ୍କୁ ଦର୍ଶନ କରିଥିଲେ। ମନ୍ଦିର ପରିସରରେ ପ୍ରସାଦ ସେବନ ର ବ୍ୟବସ୍ଥା ଏବଂ ସହରରେ ବହୁ ସ୍ଥାନରେ ମଧ୍ୟ୍ୟ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଶ୍ରୀ ରାମନବମୀ ଅବସରରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ରାମ ମନ୍ଦିର ପରିସରରୁ ଶ୍ରୀ ରାମ ଭକ୍ତ ମାନେ ରାମ ଧ୍ଵନି ସହିତ ମଟର ସାଇକେଲ ବାହାରି ସହର ପରିକ୍ରମା କରିଥିଲେ।

 

Leave A Reply

Your email address will not be published.