ସୁବର୍ଣ୍ଣପୁର:- ୧୮-୦୪-୨୦୨୪(ଆର୍ତ୍ତତ୍ରାଣ ମହାପାତ୍ର) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଟ୍ରାକ୍ଟର ମାଲିକ ତଥା ଜଙ୍ଗଲ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ସ୍ବର୍ଗତ ସୁରେଶ ପଟ୍ଟନାୟକ ଙ୍କ ବିଧବା ପତ୍ନୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଶ୍ରୀ ପଟ୍ଟନାୟକ ଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରକାଶ ଥାଉ କି ଶ୍ରୀ ପଟ୍ଟନାୟକ ସୁବର୍ଣ୍ଣପୁର ଟ୍ରାକ୍ଟର ସଂଘ ର ଜଣେ ଶୃଙ୍ଖଳିତ ସରଳ ଓ ଅମାୟିକ ବ୍ୟକ୍ତି ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲେ। ଆଜି ଟ୍ରାକ୍ଟର ମାଲିକ ସଂଘ ର କର୍ମକର୍ତ୍ତା ପହଞ୍ଚି ଏ ପରିବାର କୁ ଆର୍ଥିକ ତଥା ସମବେଦନା ଜଣାଇବା ପ୍ରସଙ୍ଗ କୁ ଜିଲ୍ଲାର ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି। ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ସଭାପତି ଶିବ ନାରାୟଣ ବହିଦାର, ସମ୍ପାଦକ କୁଶଳେଶ୍ୱର ବହିଦାର, ପଦ୍ମନାଭ ମିଶ୍ର ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଟ୍ରାକ୍ଟର ସଂଘ ପ୍ରତିଷ୍ଠା ହେବା ଦିନ ଠାରୁ ଏଭଳି ଅସମୟରେ ଅନେକ ସଦସ୍ୟ ଙ୍କ ପରିବାର କୁ ସଂଘ କର୍ମକର୍ତ୍ତା ପହଞ୍ଚି ସମସ୍ତ ସହାୟତା ପ୍ରଦାନ କରି ଆସୁଥିବା ଜଣାଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post
Next Post