ଫୁଲବାଣୀ ହାଜତରେ ବିଚାରଧୀନ କଏଦୀ ମୃତ

0

ପୁଲିସ ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ପରିବାର

କନ୍ଧମାଳ(ଗଗନ କୁମାର ପ୍ରଧାନ)17/4 : କୋର୍ଟ ୱାରେଣ୍ଟ କେସରେ ଆତ୍ମ ସମର୍ପଣ କରିଥିବା ବିଚରାଧୀନ କଏଦୀଙ୍କର ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡ଼ା ଗ୍ରାମର ଲୋକନାଥ ଦିଗାଲଙ୍କ ପୁଅ ମୃତ କଏଦୀ ଅଭିରାମ ଦିଗାଲ (୨୭) ନାମରେ  ୨୦୨୧ ମସିହାରେ  ଗୋଟିଏ ଗଞ୍ଜେଇ କେସ ହୋଇଥିଲା । ମୃତ କଏଦି ଅଭିରାମ କୋର୍ଟ ଡେଟ ସମୟରେ କୋର୍ଟରେ ଉପସ୍ଥିତ ରହୁନ ଥିବାରୁ ତାଙ୍କ ନାମରେ ତା ୫/୨/୨୦୨୪ ରିଖ ଦିନ କୋର୍ଟ ପକ୍ଷରୁ ମୃତକ ନାମରେ CT/4/21ନଂ କୋର୍ଟ ସମନ ଫିରିଙ୍ଗିଆ ଥାନା ପଠା ଯାଇଥିଲା । ଏହି କୋର୍ଟ ସମନ ତାଙ୍କ ନାମରେ ଯାଇଥିବା ଜାଣିପାରି ଅଭିରାମ ତା ୧୫/୪/୨୦୨୪ ରିଖ ଦିନ  ଫୁଲବାଣୀ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଥିଲା । ଜାମିନ ନା ମଞ୍ଜୁର ହେବାରୁ ଅଭିରାମଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

ଜେଲରେ ରହିଥିବା ବେଳେ କଏଦୀ ଅଭିରାମର ଦେହ ଅସୁସ୍ଥ ହୋଇଥିଲା । ଜେଲ ସୁପରିଡେଣ୍ଟଙ୍କ ନିର୍ଦେଶରେ କଏଦୀକୁ ଚିକିତ୍ସା ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା । କଏଦୀ ଜଣଙ୍କ ମେଡ଼ିକାଲରେ ଚିକିତ୍ସା ହେଉଥିବା ବେଳେ ଗତକାଲି ରାତିରେ ପାଗଳ ପରି ପାଟି ତୁଣ୍ଡ କରିବାରୁ କଏଦୀକୁ ଜଗି ରହି ଥିବା ଜେଲ ୱାର୍ଡର କନେଷ୍ଟବଲ କଏଦୀଙ୍କୁ ମାଡ଼ ମାରି ଗଡ ହାତ ବାନ୍ଧି ସକାଳ ପର୍ଯ୍ୟନ୍ତ ରଖିଥିଲା । ଆଜି ଦିନ ୧.୩୦ ମିନିଟ ସମୟରେ  ମୃତକ କଏଦୀ ଅଭିରାମ ଦିଗାଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ମୋ ଭାଇ କୋର୍ଟ ସରେଣ୍ଡର କରିବା କୁ ଆସିବା ସମୟରେ  ଭଲ ଥିଲା । ଜେଲ ହାଜତ ରେ ମୋ ଭାଇକୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି । ମୋ ଭାଇକୁ ବହୁତ ମାଡ଼ ମାରିଥିଲେ ଦେହ ଖରାପ ବୋଲି କହି ଫୁଲବାଣୀ ମେଡ଼ିକାଲକୁ ଚିକିତ୍ସା କରିବା ପାଇଁ ଆଣି ଜଏନ କରିଥିଲେ ଏବଂ ଗତକାଲି ରାତିରେ ମଧ୍ୟ ମେଡ଼ିକାଲରେ ମାଡ ମାରିଥିଲେ ଆଜି ଦିନ ଦିପହର ମୋ ଭାଇର ମୃତ୍ୟୁ ହୋଇଛି। ମୋଭାଇ କୁ ପୁଲିସ ବାଲା ପିଟି ପିଟି ଜୀଵନ ରେ ମାରିଦେଲେ ମୋର ଭାଇର ମୃତ୍ୟୁ ପାଇଁ ଜେଲ ସୁପରିଡେଣ୍ଟ ସମ୍ପୂର୍ଣ୍ଣ ଦାୟୀ  ବୋଲି ମୃତକ ଭାଇ ମୀଖାଇଲ ଦିଗାଲ ଓ ଭଉଣୀ ଅଞ୍ଜଳି ଦିଗାଲ ଗଣମାଧ୍ୟମକୁ ସୂଚନା ଦେବା ସହ ପିଟି ଜୀବନରେ ମାରିଦେଇ ଥିବା ସମ୍ପର୍କରେ ପରିବାର ଲୋକ ଅଭିଯୋଗ ମଧ୍ୟ କରିଛନ୍ତି । ପୁଅର ମୃତ୍ୟୁ ନେଇ ମାଆର ବୁକୁଫଟା କ୍ରନ୍ଦନ ଶୁଣିବାକୁ ମିଳିଛି। ଫୁଲବାଣୀ ମେଡ଼ିକାଲ ଅଞ୍ଚଳ ସକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଖବର ପ୍ରଚାରିତ ହେବା ପରେ ସଦର ମହକୁମା ହସ୍ପିଟାଲରେ ବିଭିନ୍ନ ରାଜନୈତିକ ଦଳର ନେତା, ସ୍ଥାନୀୟ ସମାଜସେବୀ ଓ କଏଦୀର ସମ୍ପର୍କୀୟ ପହଂଚି ଥିଲେ l

Leave A Reply

Your email address will not be published.