ମିଶ୍ରଣ ପର୍ବ : ସାମର୍ଥ୍ୟ ବଢ଼ାଉଛି ବିଜେପି

0 1

( ଶାସକ ପ୍ରଶାସକ/ ଖଲ୍ଲିକୋଟରୁ ଶିବରାମ ଜେନା); ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ଖଲିକୋଟ ବ୍ଳକ୍ ଅନ୍ତର୍ଗତ ଚିକିଲି ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ରେ ଯୋଗଦାନ କରିବା ପରିଲକ୍ଷିତ ହୋଇଥିଲା।
ଖବର ନେବାରୁ ଜଣାପଡିଛି ଯେ,ଚିକିଲି ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଅରୁଣ କୁମାର ଖୁଣ୍ଟିଆ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ କୁ ମହାସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଥିବା କର୍ମୀ ତଥା ନେତା ମାନଙ୍କୁ ପଦ୍ମ ଫୁଲ ଚିହ୍ନିତ ଉପଢ଼ୌକନ ଓ ଟୋପି ପିନ୍ଧାଇ ସମ୍ମାନୀତ କରାଯାଇଥିଲା। ତାପରେ ସେଠାରୁ ବାଜା ବଜାଇ ସହର ପରିକ୍ରମା କରିବାସହ ଜୟଶ୍ରୀ ରାମ ର ଧ୍ୱନି ରେ ଗଗନ ପଵନ ମୁଖୁରିତ ହେଉଥିଲା। । ଆଜିର ଏ ମିଶ୍ରଣ ପର୍ବ ରେ
ଉପସ୍ଥିତି ଦେଖିବାକୁ ମିଳିଥିଲା , ବିଜେପି ପକ୍ଷରୁ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ପୂର୍ବତନ ନଗର ପାଳ ଶ୍ରୀ ଶଙ୍କର ପ୍ରସାଦ ନାହାକ, ଖଲ୍ଲିକୋଟ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ, ସମିତି ସଭ୍ୟ କାଳୁରାମ ମହାରଣା, ଦାନପୁର ପୂର୍ବତନ ସରପଞ୍ଚ ଶ୍ରୀ ମନୋଜ ପ୍ରଧାନ, ରବିନ୍ଦ୍ର ସ୍ବାଇଁ, ପଦ୍ମ ଚରଣ ସୁବୁଦ୍ଧି, କୈରାସି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ଗୌଡ଼, ମୃତ୍ୟୁଞ୍ଜୟ ରାଉଳ, ବିଜେପି ସୋସିଆଲ ମିଡ଼ିଆ ଶମ୍ବୁନାଥ ପ୍ରଧାନ, ରଵିନ୍ଦ୍ର ଲେଙ୍କା, ଖଲ୍ଲିକୋଟ ଏନ୍ ଏ ସି ର ବିଜେପି ସଭାପତି ସିମାଞ୍ଚଳ ବେହେରା ଓ ଅନ୍ୟାନ୍ୟ ବହୁ କର୍ମୀ ତଥା ନେତା ମାନେ ସମବେତ ହୋଇ ଥିବା ଜଣାପଡ଼ିଛି।

Leave A Reply

Your email address will not be published.