ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଏବଂ ଗୁରାଣ୍ଡି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ।
ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ଗୌରୀ ନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତି ନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ରେ ସିଡିପିଓ ଶ୍ରୀମତି ଗୌରୀ ନାୟକ , ମହିଳା ସୁପରଭାଇଜର ଶ୍ରୀମତୀ ପଦ୍ମୀନୀ ପଟ୍ଟନାୟକ , ଶ୍ରୀମତୀ ଶଶି ଗମାଙ୍ଗ , ଶ୍ରୀମତୀ ଅନିତା ପାତ୍ର , ଗୁରାଣ୍ଡି ଥାନାଧିକାରୀ ଶ୍ରୀ ରବିନ୍ଦ୍ର କୁମାର ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀ ଡ଼ି.ମଲ୍ଲିକ, ‘ସଖୀ’ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର ପ୍ରଶାସକ ଶ୍ରୀମତୀ ସୁନିତା ରଥ , ଚାଇଲ୍ଡ ହେଲପ୍ ଲାଇନ୍ , ଗଜପତି ର ସଂଯୋଜିକା ଶ୍ରୀମତି ବୈଶାଳୀ ପଟ୍ଟନାୟକ ଯୋଗଦେଇ ଉକ୍ତ ସ୍ଥାନ ମାନଙ୍କୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥଲେ।
ଏହାପରେ ବିବାହ ହେବାକୁ ଥିବା ଝିଅ ମାନଙ୍କର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକ ମାନଙ୍କୁ ବାଲ୍ୟବିବାହ ଏକ ଅପରାଧ ଏବଂ ଏହାର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା। ଗ୍ରାମ ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ପିତାମାତା ଝିଅକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି।
ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post