(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସବୁ ବ୍ୟକ୍ତି ଚାହାଁନ୍ତି ନିଜର ଜନ୍ମଦିନ ଏକ ରଙ୍ଗିନ୍ ସାଜସଜ୍ଜା ମଧ୍ୟରେ ଧୁମ୍ଧାମର ସହିତ ପାଳନ କରିବା ପାଇଁ । ହେଲେ କିଛି ସମାଜସେବୀ ଏବଂ ମହତ୍ ଚିନ୍ତାଧାରା ବ୍ୟକ୍ତି ନିଜର ଜନ୍ମଦିନକୁ ସବୁବେଳେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଉଦ୍ୟମ କରିଥାନ୍ତି । ସେହିପରି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଏକାନ୍ତ ଅନୁଗତ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ କ୍ଷେତ୍ରରେ l ସେ ନିଜର ୪୫ତମ ଜନ୍ମଦିନକୁ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ସ୍ଥିତ ମଦର ଟେରେସା ମୁକ ବଧିର ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଗ୍ରହଣରେ ଏକ ନିଆରା ଭାବମୟ ପରିବେଶ ମଧ୍ୟରେ ପାଳନ କରିଛନ୍ତି । ଶ୍ରୀ ଓଝାଙ୍କୁ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପ୍ରଥମେ ଜନ୍ମଦିନର ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ପରେ ଶ୍ରୀ ଓଝା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ମେଳରେ ବସି ତାଙ୍କ ସହିତ କେକ୍ କାଟି ସେମାନଙ୍କୁ କେକ୍ ଖୁଆଇ ଦେବା ସହିତ ମିଠା,ବିସ୍କୁଟ ଓ ଚକଲେଟ ବଣ୍ଟନ କରିଥିଲେ । ମୁକ ବଧିର ପିଲାମାନଙ୍କର ସେବା କରିବା ଭଗବାନଙ୍କ ପୂଜା ସହିତ ସମାନ ବୋଲି ଶ୍ରୀ ଓଝା ପ୍ରକାଶ କରିବା ସହିତ ସେମାନଙ୍କୁ କିଭଳି ମୁଖ୍ୟସ୍ରୋତରେ ସାମିଲ କରାଯିବ ସେଥିପାଇଁ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଏହାଛଡ଼ା ଶ୍ରୀ ଓଝାଙ୍କ ବାସଭବନରେ ବିଧାୟକ ପ୍ରତାପ ଜେନା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, କୃଷକ ନେତା ଜ୍ୟୋତିପ୍ରକାଶ ସାଇଁ, ବ୍ଲକ ପ୍ରାକ୍ତନ ଅଧକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଜ୍ଞାନରଂଜନ ରାଉତ,ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଯୁବନେତା ପ୍ରମୋଦ ସାଇଁ, ପ୍ରିୟବ୍ରତ ସାହୁ ଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା, ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ହୋଇ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ଗୁଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବ୍ରହ୍ମଅସ୍ତ୍ର ରୂପେ ସାହା ହେବେ ପୋୖର ଉପାଧ୍ୟକ୍ଷ
Next Post