ଗୁଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବ୍ରହ୍ମଅସ୍ତ୍ର ରୂପେ ସାହା ହେବେ ପୋୖର ଉପାଧ୍ୟକ୍ଷ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଏଠାକାର କଂଗ୍ରେସ ପ୍ରାର୍ଥୀଙ୍କୁ ପରୋକ୍ଷରେ ନୁହେଁ, ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଛନ୍ତି ଶିବ ଗୌଡ଼ । ଯାହା ଆଜି ପ୍ରମାଣିତ ହୋଇଛି । ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ବି ଜୋର୍ ଧରିଛି। ଆଜି ଟଲଣା ପଞ୍ଚାୟତର ଗାଙ୍ଗଡା ଗାଁ ନିକଟ କାଳୁତୋଟାରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ଓ ତାଙ୍କ ସମର୍ଥକମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଉପସ୍ଥିତ ଥିଲେ ଗାଙ୍ଗଡା ଏବଂ ଆଖପାଖ ଅଞ୍ଚଳର ଲୋକ । ବଡ଼ କଥା ହେଲା, ବୈଠକରେ ସତ୍ୟଜିତଙ୍କ ସହ ଗୁଣା ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ଏବଂ ଗୁଣପୁର ଗୁଣ ବ୍ଳକ୍ ଉପାଧକ୍ଷ ସୁଦର୍ଶନ ଶବର ରଙ୍କ ଉପସ୍ଥିତି। ଏହାର ଫଟୋ ଭାଇରାଲ୍ ହେବାରେ ଲାଗିଛି। ସତ୍ୟଜିତଙ୍କୁ ସିଧାସ ସଳଖ ଶିବ ସମର୍ଥନ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ହୋ ସୂଚନାଥାଉ କି, ଶିବ ବିଜେଡିରୁ ବହିଷ୍କୃତ ବହି ହେବାପରେ କୌଣସି ଦଳରେ ସାମିଲ ହୋଇନାହାନ୍ତି। ଏବେ କଂଗ୍ରେସ । ପ୍ରାର୍ଥୀଙ୍କୁ ସମର୍ଥନ କରି ତାଙ୍କ ହାତମୁଠାକୁ ଟାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଗକୁ ତାକ ରାଜନୈତିକ ଗୋଟିଚାଳନା କଣ ହେବ, ତା ଉପରେ ରହିଛି ସମସ୍ତଙ୍କ ନଜର।

 

Leave A Reply

Your email address will not be published.