ଦୁର୍ଘଟଣା ଆହତଙ୍କ ନିକଟରେ ପହଁଚିଲେ ପାଣ୍ଡିଆନ

0 1

କଟକ :  ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି 5T ଅଧ୍ୟକ୍ଷ ଭିକେ  ପାଣ୍ଡିଆନ। ଆଜି ଭୋର ସମୟରେ ଏସସିବି ବଡ଼ ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।  ଶ୍ରୀ ପାଣ୍ଡିଆନ  ସମସ୍ତ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ନିର୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ , ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟରେ କାଳିଆ ନନା ନାମକ ବସ ପୁରୀରୁ ହଳଦିଆ(କୋଲକତା) ଯାଉଥିବା ବେଳେ ଓଭରବ୍ରିଜ୍ ଉପରୁ ୨୦ ଫୁଟ୍ ତଳକୁ ଓଲଟିପଡ଼ିବାରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ପ୍ରାଣହାନୀ  ହୋଇଥିଲା । 

Leave A Reply

Your email address will not be published.