ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୪/୦୪/୨୪: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ପବିତ୍ର ଓଡ଼ିଆ ନବ ବର୍ଷ, ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମନ୍ଦିର ରେ ଆଜି ପ୍ରବଳ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା।ସ୍ଥାନୀୟ ଜୟନ୍ତିନଗର ଠାରେ ଥିବା ହନୁମାନ ମନ୍ଦିର ରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।ହନୁମାନ ମନ୍ଦିର ରୁ ନଗର ସଙ୍କୀର୍ତ୍ତନ କରାଯାଇ ଏକ ବିରାଟ କଳସ ଯାତ୍ରା ରେ ମା ମାନେ ଠାକୁରାଣୀ ମନ୍ଦିର ରୁ ଜଳ ଆଣି ହନୁମାନ ମନ୍ଦିର ରେ ସ୍ଥାପନ କରିଥିଲେ।ସେଠାରେ ହନୁମାନ ଚାଳିଶା ପାଠ କରାଯାଇଥିଲା। ଆଜି ମହା ବିଷୁବ ପଣା ସଂକ୍ରାନ୍ତି ଥିବାରୁ ଭକ୍ତ ମାନଙ୍କ ନିମନ୍ତେ ପଣା କରାଯାଇ ଥିଲା। ସେହିପରି ମେଦନା ତାରିଣୀ ମନ୍ଦିର ପୀଠ ଓ ବସ ଷ୍ଟାଣ୍ଡ ନିକଟରେ ଥିବା ତାରିଣୀ ମନ୍ଦିର ପୀଠ ଓ ରେଭିନ୍ୟୁ ସାହି ଛକରେ ଥିବା ତାରିଣୀ ମନ୍ଦିର ପୀଠରେ ମଧ୍ୟ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଭକ୍ତଙ୍କ ନିମନ୍ତେ ପଣା ବଣ୍ଟନ କରାଯାଇଥିଲା। ଜୟନ୍ତୀ ନଗର ସ୍ଥିତ ହନୁମାନ ମନ୍ଦିର ଓ ମେଦନା ରୋଡ ସ୍ଥିତ ତାରିଣୀ ମନ୍ଦିର ପୀଠରେ ଭକ୍ତଙ୍କ ନିମନ୍ତେ ଅନ୍ନ ଭୋଗ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.