ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଅନୁଷ୍ଠିତ ; ଝୁଣାପଣାରେ ମହକି ଉଠିଲା ଝାମୁଯାତ୍ରା ପଡ଼ିଆ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇ ଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ସତରଟି ଗ୍ରାମରୁ ପନ୍ଦରଟି ଗ୍ରାମରେ ଶନିବାର ମାସନ୍ତ ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଆଉ ଦୁଇଟି ଗ୍ରାମରେ ସଂକ୍ରାନ୍ତି ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଚନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ଜାଲଖାଇ ଏବଂ ଇନ୍ଦନପୁର ଆଦି ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ,ପଣିବନ୍ଧ ଏବଂ ଖୁକୁଣ୍ଡିଆ ଗ୍ରାମରେ ମଧ୍ୟ ସଂକ୍ରାନ୍ତି ମେରୁ ଉଦଯାପିତ ହୋଇଯାଇଛି I ପ୍ରବଳ ଖରା ସତ୍ତ୍ୱେ ଝାମୁଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବକୁ ମିଳିଥିଲା I ହରିବୋଲ,ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା I ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

Leave A Reply

Your email address will not be published.