ଗୁଣପୁରର ବିଭିନ୍ନ ସ୍ଥାନ ରେ ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳନ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁର ରେ ବିଭିନ୍ନ ସ୍ଥାନ ରେ ବହୁ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ଏହି ଅବସରରେ ଗୁଣପୁର ସହରର ଚାରିଟି ହନୁମାନ ମନ୍ଦିର ଏବଂ ସରକାରୀ ବାଳିକା ବିଦ୍ୟାଳୟ ନିକଟସ୍ଥ ତ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା, ହୋମ ଓ ହନୁମାନ ଚାଳିଶି ପାଠ କରି ମହା ଆଡ଼ମ୍ବରରେ ମହା ବିଷୁବ ସଂକ୍ରାନ୍ତି ପାଳନ ହୋଇଛି । ସହର ର ସମସ୍ତ ମନ୍ଦିର ମାନଙ୍କ ରେ ପ୍ରବଳ ଭିଡ଼ ସହ ଓଡ଼ିଆ ନବ ବର୍ଷ ପାଳନ, ପଞ୍ଜିକା ପାଠ , ପଣା ବଣ୍ଟନ ଆଦିରେ ମୁଖରିତ ହୋଇଥିଲା । ପଣା ସଂକ୍ରାନ୍ତି ଉପଲକ୍ଷେ ବ୍ରାହ୍ମଣ ସାହି , ବାଘୁଆ ମନ୍ଦିର, ହନୁମାନ ମନ୍ଦିର ,ଆୟ୍ୟାପା ମନ୍ଦିର ,ପୁରୁଣା ଗୁଣପୁର ଛକ , ଏବଂ ଦୁଇ ଚକିଆ ଗାଡ଼ି ମରାମତି ଗେରେଜ ସଂଘ ପକ୍ଷରୁ ବ୍ୟାପକ ପଣା ବଣ୍ଟନ ଏବଂ ସ୍ଥାନେ ସ୍ଥାନେ ପ୍ରସାଦ ସେବନ ବ୍ୟବସ୍ଥା କରି ଆଜି ଗୁଣପୁର ରେ ଓଡ଼ିଆ ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ ହୋଇଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.