କଟକ ବଡ଼ ମେଡିକାଲକୁ ଏମ୍ସ ପ୍ଲସ ମେଡିକାଲର ରୂପ ଦେବାର ନିର୍ଦ୍ଧାରିତ ତାରିଖ କେବେ ? – ଧର୍ମେନ୍ଦ୍ର ପ୍ରଧାନ

0

କଟକରେ ଦଳୀୟ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ :  ବିଜେପିରେ ଯୋଗଦେଲେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଭାପତି ରାଣା ପ୍ରତାପ ପାତ୍ର, ଓଡ଼ିଶା ଗଣ ପରିଷଦ(ଯୁବ) ସଭାପତି ଶୁଭେନ୍ଦୁ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଜ୍ୟୋତି ପ୍ରକାଶ ନାଏକ

• କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀରେ ରୋଡ’ଶୋରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଆ ଅସ୍ମିତା ଆମର ନାର୍ଯ୍ୟ ଅଧିକାର, ଭଡାଟିଆ ଲୋକମାନଙ୍କୁ ଲଗାଇ ମୋତେ ଯେତେ ଗାଳି ଦେଇପାରନ୍ତି କିନ୍ତୁ ଓଡ଼ିଆ ଲୋକଙ୍କୁ ଉତ୍ତର ଦେବା ପାଇଁ ପଡିବ
• କଟକ ଓଡ଼ିଆ ଅସ୍ମିତାର ପ୍ରୟୋଗଶାଳା ଓ ପ୍ରେରଣାର ଅନ୍ୟତମ ଉତ୍ସ
• ଏସ୍‌ସିବି ମେଡିକାଲ କଲେଜ ଓ ହସପିଟାଲ ଓଡ଼ିଶାବାସୀଙ୍କ ଆସ୍ଥାର କେନ୍ଦ୍ର
• କେବଳ ବଡ ବଡ କୋଠା ନିର୍ମାଣ କରିଦେଲେ ହେଲେ ସ୍ୱାସ୍ଥ୍ୟସେବା ହୋଇଯାଏନାହିଁ
• କଟକ ସହରର ପଟ୍ଟାପୋଲର ସ୍ଥିତି ସରକାରଙ୍କ ୨୫ ବର୍ଷର ରୂପାନ୍ତରଣ କି?
• ନବୀନ ବାବୁ ଭିଡିଓରେ ଆସୁଛନ୍ତି, ରିମୋର୍ଟ ଗୁମାସ୍ତା ହାତରେ, ଅନ୍ୟ କିଛି ଲୋକ କ୍ରୀତଦାସ ହେବା କଥା କହୁଛନ୍ତି
• ଓଡ଼ିଆ ଭାଷା ଓ ଅସ୍ମିତାକୁ ବୁଝୁନଥିବା ଲୋକଙ୍କୁ ବଦଳାଇବାର ସମୟ ଆସିଛି

Imageକଟକ, ଏପ୍ରିଲ ୧୩ – ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଓଡ଼ିଶାବାସୀଙ୍କ ଆସ୍ଥାର କେନ୍ଦ୍ର । କେବଳ ବଡ ବଡ କୋଠା ନିର୍ମାଣ କରିଦେଲେ ହେଲେ ସ୍ୱାସ୍ଥ୍ୟସେବା ହୋଇଯାଏନାହିଁ । ଏସସିବି ମେଡିକାଲରେ ରାଜ୍ୟ ସରକାରଙ୍କ ମଞ୍ଜୁରପ୍ରାପ୍ତ ଡାକ୍ତର ପଦବୀ ଅନୁସାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । କଟକ ବଡ଼ ମେଡିକାଲକୁ ଏମ୍ସ ପ୍ଲସ ମେଡିକାଲ ରୂପ ଦେବାର ତାରିଖ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଯାଉଛି । ଏମସିବି ମେଡିକାଲ ଏମ୍ସ ପ୍ଲସ ମେଡିକାଲ ରୂପ ନେବାର ନିର୍ଦ୍ଧାରିତ ତାରିଖ କେବେ ବୋଲି ଶନିବାର କଟକ କଲେଜ ଛକରେ ଆୟୋଜିତ ଦଳୀୟ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ହଜାର ହଜାର ବର୍ଷର ପୁରାତନ ସହର କଟକର ଇତିହାସ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଓଡ଼ିଆଙ୍କୁ ଗର୍ବିତ କରିବା ପାଇଁ ବାଧ୍ୟ କରେ । କଟକ ଓଡ଼ିଆ ଅସ୍ମିତାର ପ୍ରୟୋଗଶାଳା ଓ ପ୍ରେରଣାର ଅନ୍ୟତମ ଉତ୍ସ । ସ୍ୱାଧୀନତା ସଂଗ୍ରାମର ବହ୍ନି ଜଳୁଥବା ବେଳେ ଏହି ଅଞ୍ଚଳର ଯୁବ ସଂଗ୍ରାମୀମାନେ ଇଂରେଜଙ୍କ ବିରୋଧରେ ସାଲିସ ବୀହିନ ସଂଘର୍ଷ କରିବା ସହ ବ୍ରିଟିଶ ଶକ୍ତିର ଆଧିପତ୍ୟ ଆଗରେ ମୁଣ୍ଡ ନୂଆଇଁ ନଥିଲେ । ସେହି ଗୌରବର ସହରରେ ପ୍ରତିଷ୍ଠା ହୋଇଥିବା କଟକ ଏସସିବି ମେଡିକାଲରେ ସ୍ୱାସ୍ଥ୍ୟସେବାର ଚିତ୍ର ଚିନ୍ତାଜନକ। ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ ନ କରାଇ ଓଡ଼ିଶାର ରୂପାନ୍ତରଣ କରିବା କଥା କୁହାଯାଉଛି । କଟକ ଜିଲ୍ଲାର ପିଏଚସି, ସିଏଚସିରେ ଡାକ୍ତର ନାହାନ୍ତି । ଏଥିରୁ ରାଜ୍ୟର ସ୍ୱାସ୍ଥ୍ୟସେବାର ସ୍ଥିତି ସମ୍ପର୍କରେ ଅନୁମାନ କରାଯାଇପାରେ ।

ରାଜ୍ୟ ସରକାର କଟକ ବାସିନ୍ଦାଙ୍କୁ ଶୁଦ୍ଧ ପାଣି ମୁନ୍ଦିଏ ମଧ୍ୟ ଦେଇପାରୁନାହାନ୍ତି । ଓଡ଼ିଆଙ୍କ ମୁଣ୍ଡ ଉପରେ ଋଣ ଭାର ପକାଇ ଜାପାନର ଜାଇକା ବ୍ୟାଙ୍କରୁ ଋଣ ଆଣି କଟକର ନାଳ ନର୍ଦ୍ଦମା ରୋଡକୁ ନୂଆ କରିବାର ପ୍ରୟାସ ହୋଇଥିଲା ବେଳେ ଏଯାଏ କାମ ସରିନି । ନବୀନ ସରକାରଙ୍କ କଟକ ସହରର ପଟ୍ଟାପୋଲର ସ୍ଥିତି ୨୫ ବର୍ଷର ରୂପାନ୍ତରଣ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହି ସରକାର ରାଜ୍ୟ ବାହାରର ଠିକାଦାରଙ୍କୁ ପୋଷିବା ସହ ଓଡ଼ିଆକୁ ଦାଦନ ପଠାଇବା କାମ ହିଁ କରନ୍ତି ।

Image

Imageଓଡ଼ିଆ ଅସ୍ମିତା ଆମର ନାର୍ଯ୍ୟ ଅଧିକାର । ଭଡାଟିଆ ଲୋକମାନଙ୍କୁ ଲଗାଇ ମୋତେ ଗାଳି ଦେଇପାରନ୍ତି କିନ୍ତୁ ଓଡ଼ିଆ ଲୋକଙ୍କୁ ଉତ୍ତର ଦେବା ପାଇଁ ପଡିବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଚଏଫଏସ) ଅନୁସାରେ ଓଡ଼ିଶାରେ ନବଜାତ ଶିଶୁ, ମହିଳାମାନେ ଅପପୃଷ୍ଟି ଓ ରକ୍ତହୀନତାର ଶୀକାର । ଓଡ଼ିଶାର ୧୯% ଶିଶୁ ଜନ୍ମ ହେବା ବେଳେ କମ ଓଜନର ଶୀକାର ହେଉଛନ୍ତି । ରାଜ୍ୟରେ ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ । ଏନସିଆରବି ରିପୋର୍ଟ ଅନୁସାରେ ମହିଳାମାନେ ଓଡ଼ିଶାରେ ନିର୍ଯ୍ୟାତିତ ।

Imageନବୀନ ବାବୁ ଭିଡିଓରେ ଆସୁଛନ୍ତି । ରିମୋର୍ଟ ଗୁମାସ୍ତା ହାତରେ ଅଛି । ଅନ୍ୟ କିଛି ଲୋକ କ୍ରୀତଦାସ ହେବା କଥା କହୁଛନ୍ତି । ଏବେ ବି ପୁଣି ସେହି ସମୟ ଆସିଛି । ସଂଗ୍ରାମର ସମୟ । ସରକାର ବଦଳାଇବାର ସମୟ । କଟକବାସୀ ଏକ ହୁଅନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରନ୍ତୁ । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଶୀର୍ବାଦ କରନ୍ତୁ । ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟରେ ମଧ୍ୟ ଡବଲ ଇଞ୍ଜିନ ସରକାର ଆଣନ୍ତୁ । ଓଡ଼ିଶାରେ ଏଥର ପରିବର୍ତ୍ତନ ଆବଶ୍ୟାମ୍ଭବୀ । ମୋଦୀ ବିଜୟ ଅଭିଯାନର ନେତୃତ୍ୱ କଟକ ନେବ । ଓଡ଼ିଆ ସ୍ପନ୍ଦନକୁ ଜାଣୁନଥିବା, ଓଡ଼ିଆ ଭାଷାକୁ ବୁଝୁନଥିବା ତଥା ଓଡ଼ିଆ ଅସ୍ମିତାକୁ ନେଇ ଗର୍ବ କରୁ ନଥିବା ଲୋକମାନଙ୍କୁ ବଦଳାଇବାର ସମୟ ଆସିଛି ବୋଲିବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Imageଉଲ୍ଲେଖନୀୟ ଯେ, କଟକରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଭାପତି ରାଣା ପ୍ରତାପ ପାତ୍ର, ଓଡ଼ିଶା ଗଣ ପରିଷଦ(ଯୁବ) ରାଜ୍ୟ ସଭାପତି ଶୁଭେନ୍ଦୁ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଜ୍ୟୋତି ପ୍ରକାଶ ନାଏକ, ପୂର୍ବତନ ବିଧାୟକ ରମେଶ ରାଉତରାୟଙ୍କ ସମେତ ଅନେକ ତୃଣମୂଳ ସ୍ତରର ଯୁବସାଥୀ, ସାମାଜିକ କର୍ମୀ ଏବଂ ସମର୍ଥକମାନେ ବିଜେପିରେ ଯୋଗଦେଇଥିଲେ । ସେ କହିଥିଲେ ମୋଦୀ ସରକାରରେ ଯୁବ, ଚାଷୀ, ମହିଳା ଓ ଗରିବଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଆଜିର ଯୋଗଦାନ ଦଳର ଯୁବ ଓ ରାଜ୍ୟ ସଂଗଠନକୁ ଅଧିକ ସୁଦୃଢ କରିବ। ଏହା ପୂର୍ବରୁ ଶ୍ରୀ ପ୍ରଧାନ କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀରେ ରୋଡ’ଶୋରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.