ବାଲେଶ୍ୱର ଦେଖିବ କଡା ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା , କଂଗ୍ରେସରୁ ଲଢ଼ିବେ ଶ୍ରୀକାନ୍ତ

0

ଆଉ ୯ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : ବାଲେଶ୍ୱର ଲୋକସଭା ଆସନ ଦେଖିବା କଡା ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା | କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଲଢ଼ିବେ | ଆଜି କଂଗ୍ରେସ ଦଳପକ୍ଷରୁ ଘୋଷଣା କରାଯାଇଥିବା ଓଡ଼ିଶାର ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକାରେ ବାଲେଶ୍ବର ପାଇଁ ଶ୍ରୀକାନ୍ତ ଜେନା ନାମ ସ୍ଥାନ ପାଇଛି । ତେଣୁ ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର, ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ମୁହାଁମୁହିଁ ହେବେ ପୂର୍ବରୁ ସେଠାକାର ସାଂସଦ ଥିବା ଭେଟେରାନ ଶ୍ରୀକାନ୍ତ।
କଂଗ୍ରେସର ଘୋଷିତ ତାଲିକା ଅନୁଯାୟୀ ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତି, ଭୁବନେଶ୍ବରରୁ ୟାସିର ନୱାଜ ଏବଂ କେନ୍ଦୁଝରରୁ ମୋହନ ହେମ୍ବ୍ରମଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବେ ।

Leave A Reply

Your email address will not be published.