ମୟୂରଭଞ୍ଜ ବାଙ୍ଗିରିପୋଷି ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/(ଶାସକ ପ୍ରଶାସକ ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲ,ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ, କିନ୍ତୁ ବିନା ଛାତ୍ର ଛାତ୍ରୀରେ ଚାଲିଛି ବିଦ୍ୟାଳୟ। ଗଣ ଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର।
ବିନା ଛାତ୍ରଛାତ୍ରୀରେ ଚାଲିଛି ବିଦ୍ୟାଳୟ। ଏହା ସହ ପାଞ୍ଚଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଈଁ ଜଣେ ଗଣ ଶିକ୍ଷକ। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ତଥାପି କେଉଁଠି ଶିକ୍ଷକ, କେଉଁଠି ଭିଭିଭୂମି, ତ ପୁଣି କେଉଁଠି ସବୁ ଥାଇ ମଧ୍ୟ ଛାତ୍ରଛାତ୍ରୀ ଅଭାବ ଦେଖାଯାଉଛି। ଏଭଳି ଦୁର୍ଭାଗ୍ୟ ପ୍ରାଥମିକ ବିଦ୍ୟାଳୟଟି ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ।
ଶ୍ରେଣୀ ପାଞ୍ଚଟି, ପଢ଼ାଇବା ପାଇଁ ଶିକ୍ଷକ ଗୋଟାଏ। ବିଦ୍ୟାଳୟ ଅଛି, କିନ୍ତୁ ନା ଅଛନ୍ତି ଛାତ୍ରଛାତ୍ରୀ। ରାଜ୍ୟ ସରକାରଙ୍କ ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ ଯୋଜନା ଏଠି ଦିଗହରା। ଫେଲ ମାରିଛି ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରାୟ ୨୬ କିମି ଦୂର ଶିମିଳିପାଳ ପାଦଦେଶର ବ୍ରାହ୍ମଣଗାଁ ପଞ୍ଚାୟତର ବରାବନ୍ଧ ଗ୍ରାମର ଶେଷ ସୀମାରେ ଥିବା ଜାହିରା ସାହି ଠାରେ ଏକ ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ୨୦୦୯ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠପଢାର ରହିଛି ବ୍ୟବସ୍ଥା। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ତଥାପି କେଉଁଠି, କେଉଁଠି ଭିଭିଭୂମି, ତ ପୁଣି କେଉଁଠି ସବୁ ଥାଇ ମଧ୍ୟ ଛାତ୍ରଛାତ୍ରୀ ଅଭାବ ଦେଖାଯାଉଛି। ବିଦ୍ୟାଳୟରେ ଗତ ଶିକ୍ଷାବର୍ଷରେ ୧୨ ପିଲା ଥିବାବେଳେ ପଞ୍ଚମରୁ ଉତ୍ତୀର୍ଣ୍ଣ ହେଲେ ୬, ଅନ୍ୟ ସ୍କୁଲ ବନ୍ଦ ଆଶଙ୍କା କରି ଟ୍ରାନସଫର୍ କରି ପଳାଇଲେ ୬। ତେବେ ଚଳିତ ବର୍ଷ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ନାହାନ୍ତି। ଏ ହେଉଛି ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ଶିକ୍ଷାର ମଲା ଚିତ୍ର। ସେପଟେ ନିକଟସ୍ଥ ଅଞ୍ଚଳରେ ପିଲା ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଚଳିତ ଶିକ୍ଷା ବର୍ଷରେ ପିଲାଙ୍କ ନାଁ ଲେଖା ପାଇଁ ଚେଷ୍ଟା କରିବୁ। ଯଦି ପିଲା ନ ମିଳତି ତେବେ ସ୍କୁଲ ବନ୍ଦ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।
ଦୁଃଖଦାୟକ ଏବଂ ଆଚମ୍ବିତ କଲାଭଳି ଜାହିରା ସାହି ଠାରେ ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ପିଲା ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ସ୍କୁଲଟିକୁ ବନ୍ଦ କରାଯାଉନି କି ଆଖପାଖ ଅଞ୍ଚଳର ପିଲାଙ୍କର ଏଠାରେ ନାମ ଲେଖାଇବା ଦିଗରେ କୌଣସି ଉଦ୍ୟମ ମଧ୍ୟ ହେଉନାହିଁ। ପ୍ରାଥମିକ ସ୍ତରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଅଞ୍ଚଳରେ ଏପରି ଅବସ୍ଥା ତେବେ ,ସାରା ଓଡିଶା କଥା ବିଚାର କରିବାର ସମୟ ଆସିଛି।
Sign in
Sign in
Recover your password.
A password will be e-mailed to you.