ଖଲ୍ଲିକୋଟରେ ଵିଜେପିର ମିଶ୍ରଣ ପର୍ବ ।

0

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ‌ରେ ରାଜନୈତିକ ଅସ୍ଥିରତା ଏବେ ଦେଖିବାକୁ ମିଳିଛି । ଏ ଅବସରରେ କ‌ହିବାକୁ ଗଲେ ଖଲ୍ଲିକୋଟ ର ରାଜନୈତିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଯିବ । ବିଜେପି ର ସାଙ୍ଗଠନିକ କାର୍ଯ୍ୟକୁ ନେଇ ବିଜେଡିର ନେତାମାନେ ନିଜକୁ ପ୍ରମାଦ ଗଣୁଛନ୍ତି ବୋଲି ଜନଶ୍ରୁତି ରୁ ଜଣାପଡିଛି।
ଯାହା ଫଳରେ କି ଖଲ୍ଲିକୋଟ ବାସିନ୍ଦା ଙ୍କ ମନରେ ବିଷାଦର ଛାୟା ଆଚ୍ଛାଦିତ ହୋଇଛି। ଖଲ୍ଲିକୋଟ ରେ ବିଜେପି ର ଦଵଦବା ଚାଲିଲା ବେଳକୁ ଏବେ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ର ମିଶ୍ରଣ ପର୍ବ ରେ ଯୋଗଦାନ କରିବା ପରିଲକ୍ଷିତ ହେଉଛି। ଏବେ ଜାରି ରହିଛି ବିଜେପି ର ମିଶ୍ରଣ ପର୍ବ । ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପାଇଁ ଟିକେଟ୍ ପାଇଥିବା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାସଭବନରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିକ୍ରମ ପୁର ର ପୂର୍ବତନ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ ଓ ଧନୁରାମ ପ୍ରଧାନ, ସମିତି ସଭ୍ୟ ଶ୍ରୀ ରମେଶ ପରିଡ଼ା ଙ୍କ ସମେତ ଶତାଧିକ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ରେ ଯୋଗଦାନ କରିବା ଫଳରେ ଖଲ୍ଲିକୋଟ ର ବିଜେପି ର ଆନନ୍ଦ କହିଲେ ନସରେ। ମିଶ୍ରଣ ପର୍ବ ରେ ମୁଖ୍ୟ ଆକର୍ଷଣ ଥିଲେ , ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ପୂର୍ବତନ ନଗର ପାଳ ଶଙ୍କର ପ୍ରସାଦ ନାହାକ, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଜଗନ୍ନାଥ ଭୂୟାଁ, ବିଜେପି ମିଡ଼ିଆ ଶମ୍ବୁନାଥ ପ୍ରଧାନ, ସରପଞ୍ଚ ମନୋଜ କୁମାର ସେଠୀ, ଦାନପୁର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, କୈରାସି ସରପଞ୍ଚ ସନ୍ତୋଷ କୁମାର ରାଉତ, ସମିତି ସଭ୍ୟ ବାନାମ୍ବର ସ୍ବାଇଁ, ସନ୍ତୋଷ କୁମାର ଗୌଡ଼ ମୃତ୍ୟୁଞ୍ଜୟ ରାଉଳ ଶିଲୁରାମ ସ୍ବାଇଁ, ରଵିନ୍ଦ୍ର ସ୍ବାଇଁ, ସିମାଞ୍ଚଳ ବେହେରା, ରବିନ୍ଦ୍ରନାଥ ଲେଙ୍କା ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ଥିଲେ ବୋଲି ଜଣାପଡିଛି।

Leave A Reply

Your email address will not be published.