ଗାଇସିଲାଟ/ମନ ଡନସନା- ବିଜେପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗାଇସିଲାଟ ବ୍ଲକ ର ସାନସାହାଜବାହାଲ, ବାବେବାହାଲ, କନ୍ଦାଗାଡ, କମଲାପଦର ଅଞ୍ଚଳବାସୀ ଙ୍କ ପାଇଁ ପକ୍କା ରାସ୍ତା ସାତ ସପନ ସଦୃଶ ।ଏହି ଗାଁ ମାନଙ୍କୁ ଯିବାକୁ ହେଲେ ଗାଇସିଲାଟ ସଦରମହକୁମା ଠାରୁ ଏହି କାଦୁଅ ପଚପଚ କଞ୍ଚା ରାସ୍ତା ରେ ନିତିଦିନ ଯିବା ଆସିବାକୁ ହୋଇଥାଏ। ଗାଇସିଲାଟ ରେ ସମସ୍ତ ସରକାରୀ ବେସରକାରୀ ଅଫିସ, ଡାକ୍ତରଖାନା, ସ୍କୁଲ, କଲେଜ ଇତ୍ୟାଦି ଥିବାରୁ ନିତିଦିନ ଛାତ୍ର ଛାତ୍ରୀ, ଜନସାଧାରଣ, ଆମ୍ବୁଲାନ୍ସ ଯାତାୟାତ କରିଥାନ୍ତି। ଯେହେତୁ ଏହା ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଯାଉଛି। ନିର୍ବାଚନ ପାଖେଇ ଆସିଲେ ଏହି ଅଞ୍ଚଳକୁ ମାଲ ମାଲ ନେତା,ବିଧାୟକ,ମନ୍ତ୍ରୀ, ଆସିଥାନ୍ତି।ଗାଁ ଗାଁ ରେ ଭୋଟର ମାନଙ୍କୁ ଅନେକ ପ୍ରକାରର ପ୍ରତିଶ୍ରୁତି ମଧ୍ଯ ଦେଇଥାନ୍ତି କିନ୍ତୁ ନିର୍ବାଚନ ସରିଗଲେ କେହି ଭୋଟର ପାଖକୁ ମଧ୍ଯ ଆସନ୍ତି ନାହିଁ।ଜନସାଧାରଣ ଙ୍କୁ ଦେଇଥିବା ସମସ୍ତ ପ୍ରତିଶୃତି ପାଣିର ଗାର ହୋଇଥାଏ।କେବେ ନେତା ମନ୍ତ୍ରୀ ତଥା ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ନଜର ପଡିବ ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.
Prev Post