ଓଡ଼ଗାଁ ସାମ୍ବାଦିକ ସଂଘ ପକ୍ଷରୁ ଛେନାପୋଡ଼ ଦିବସ ପାଳିତ

0

ଓଡ଼ଗାଁ,୧୧।୪(ଶ୍ରୀକାନ୍ତ କୁମାର ମିଶ୍ର): ଆଜି ଓଡ଼ଗାଁ ସାମ୍ବାଦିକ ସଂଘ ପରିସରରେ ବିଶ୍ବ ଛେନାପୋଡ଼ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଯୋଗଦେଇ ଛେନାପୋଡ଼ କାଟି ଏହି ଦିନଟି ଆମ ପାଇଁ ଗର୍ବର ଦିନ ବୋଲି କହିଥିଲେ। ଛେନାପୋଡ଼ ଏବେ ସାରା ବିଶ୍ବରେ ତାର ପରିଚୟ ସୃଷ୍ଟି କରିଛି। ଏହି ସ୍ବାଦିଷ୍ଟ ଛେନାପୋଡ଼ ଥରେ ଯିଏ ଖାଇବ ସେ ଆଉ ଥରେ ଖାଇବାକୁ ମନବଳାଇବ ନିଶ୍ଚୟ। ଏହାର କାରିଗର ସୁଦର୍ଶନ ସାହୁକୁ ସେ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କ ପ୍ରଚେଷ୍ଟା ପାଇଁ ନୟାଗଡ଼ ଆଜି ସବୁଠି ପରିଚୟ ସୃଷ୍ଟି କରିପାରିଥିବା ପ୍ରକାଶ କରିଥିଲେ। ସାମାଜସେବୀ ତଥା ଜିଲ୍ଲା କେନ୍ଦ୍ର ସମବାୟ ବିଭାଗ ନିେର୍ଦ୍ଦଶକ ଦିବାକର ନାୟକ ଯୋଗଦେଇ ଛେନାପୋଡ଼ର ଚାହିଦା ସବୁଠି ରହିଛି। ବଳକା ଛେନାରୁ ଛେନାପୋଡ଼ ପ୍ରସ୍ତୁତ କରିଥିବା ସେହି ମହାନ୍ ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୂର୍ଯ୍ୟ ନାରାୟଣ ଚୈାଧୂରୀ, ଶିବପ୍ରସାଦ ଖଟେଇ, ପ୍ରମୋଦ କୁମାର ପାତ୍ର, ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ଗଣେଶ୍ବର ସାହୁ, ସାରସ କୁମାର ମିଶ୍ର, ସୁନୀଲ କୁମାର ପଟ୍ଟନାୟକ, ଅର୍ଜୁନ କୁମାର ସାହୁ, ରାମକୃଷ୍ଣ ପରିଡ଼ା, ନାରାୟଣ ପାଣିଗ୍ରାହୀ ଆଦି ଉପସ୍ଥିତ ରହି ଛେନାପୋଡ଼ ଦିବସ ପାଳନ କରିଥିଲେ। ସେହିପରି ଓଡ଼ଗାଁ ଅଞ୍ଚଳର ବିଭିନ୍ନ ସରକାରୀ ଅଫିସ ଓ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.