କଡା ସୁରକ୍ଷା ମଧ୍ୟରେ ରାଉରକେଲା ପହଚିଂଲା ଇିଭିଏମ

0

ରାଉରକେଲା,(ବସନ୍ତ କୁମାର ଜେନା): ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପାଇଁ ବ୍ୟବହାର ହେବାକୁ ଥିବା ଇଭଏମ ଭିଭିପାଟ ଆଜି ସଂଧ୍ୟାରେ ରାଉରକେଲାରେ ପହଚିଂଯାଇଛି ା ଏହାକୁ ସରକାରୀ ଉଚ୍ଚବିଦ୍ୟାଳୟ ଉଦିତ ନଗର ର ଷ୍ଟ୍ରଙ୍ଗ ରୁମ ରେ କଡା ସୁରକ୍ଷା ମଧ୍ୟରେ ରିଟର୍ଣିଂ ଅଧିକାରୀଙ୍କ ଉପସ୍ଥିତି ରେ ସୁରକ୍ଷିତ ରଖା ଯାଇଛି | ବୀରମିତ୍ରପୁର, ରଘୁନାଥପାଲି ,ଓ ରାଉରକେଲାତିନୋଟି ନିର୍ବାଚନ ମଣ୍ଡଳୀରେ ମତଦାନ ନିମନ୍ତେ ଏହି ଇଭଏମ ଭିଭିପାଟ ବ୍ୟବହାର କରାଯିବ ା .ଅପ୍ରେଲ ୮ ରେ ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅଧିନରେ ଆସୁଥିବା ୭ ଗୋଟି ବିଧାନସଭା ମଣ୍ଡଳୀ ନିର୍ବାଚନ ନିମନ୍ତେ ଇଭିଏମ ରାଣ୍ଡୋମାଇଜେସନ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ କରା ଯାଇଥିଲା। ରାଣ୍ଡୋମାଇଜ ହୋଇଥିବା ଇଭିଏମ, ବାଲାଟ୍ ୟୁନିଟ୍‌, କଂଟ୍ରୋଲ ୟୁନିଟ୍ ଏବଂ ଭିଭିପାଟ ଗୁଡିକୁ ସୁନ୍ଦରଗଡ ରୁ ଆଜି ରାଉରକେଲାକୁ ଦୃଢ଼ ନିରାପତ୍ତା ବ୍ୟବସ୍ଥା ପଠାଇ ଦିଆଯାଇଥିଲା ଏହି ଅବସରରେ ବିଜେଡି ନଗର ସଭାପତି ଗଗନ ପଣ୍ଡା,ଆଏନସି ର ଜିଲ୍ଲା ଉପ ସଭାପତି ଆର ପି ସିଂହ, ବିଜେପି ର ମନୋଜ ମହେଶ୍ବରି ଆଦି ରାଜନୈତିକ ଦଳର ପ୍ରତିନଧି ମାନେ ଉପସ୍ଥିତି ଥିଲେ | ରିଟର୍ଣିଂ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ,ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ ଓ ଅତିରିକ୍ତ ଉପଜିଲ୍ଲାପାଳ ,ପାନପୋଷ ସରୋଜ ମିଶ୍ର ସହିତ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେସୂଚନା ଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ ଆୟୋଗ ସୁନ୍ଦରଗଡ ଜିଲ୍ଳା ରେ ମେ ୨୦ ତାରିଖରେ ମତଦାନ ର ତାରିଖ ଘୋଷଣା କରିଛନ୍ତି l

Leave A Reply

Your email address will not be published.