(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଜୟରାମପୁର ପଞ୍ଚାୟତ ତବଲିଗ୍ନଗର ଠାରେ ଥିବା ଜାମିଆଁ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡ଼ା ଆନୁକୂଲ୍ୟରେ କାଜିହାଟ ଇଦ୍ଘାରେ ଆନନ୍ଦ ଉଲ୍ଲାସର ସହିତ ଭାଇଚାରାର ପର୍ବ ଇଦ୍-ଉଲ-ଫିତର ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ୪୨ଟି ମହଲରାରୁ ୨୦ ହଜାରରୁ ଉର୍ଧ୍ଵ ଇସଲାମ ଧର୍ମାବଲମ୍ବୀ ମାନେ ଆସି ସମୂହ ନମାଜ ପାଠ କରିଛନ୍ତି l ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଧର୍ମ ଗୁରୁ ମୌଲାନା ସୟଦ୍ ନକିବୁଲ ଅମିନ ବର୍କି ଇସଲାମ ଧର୍ମର କୋରାନରେ ଲିପିବଦ୍ଧ ହୋଇଥିବା ଇଦ୍-ଉଲ-ଫିତର ପର୍ବ ପାଳନର ଆଭିମୁଖ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ l ଏହି ପର୍ବରେ ବିଗତ ଏକ ମାସ ହେବ ଇସଲାମ ଧର୍ମାବଲମ୍ବୀ ମାନେ ନିଷ୍ଠାର ସହିତ ଉପବାସ ରହିଥିଲା ବେଳେ ଶେଷ ଦିନରେ ସମାଜରେ କିଭଳି ଏକତା, ସଦ୍ଭାବନା, ଭାତ୍ରୁଭାବ ସୃଷ୍ଟି କରିବା ଏବଂ ସାମ୍ପ୍ରଦାୟିକ ଭେଦଭାବ ଠାରୁ ଦୂରରେ ରହି ପ୍ରତ୍ୟେକ ବ୍ୟକ୍ତି ଦରିଦ୍ର ଶ୍ରେଣୀର ଲୋକମାନଙ୍କ ପାଇଁ ତ୍ୟାଗ କରିବା ନିମନ୍ତେ ଆଲ୍ଲାଙ୍କୁ ପ୍ରାର୍ଥନା କରି ସମୂହ ନମାଜ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜଇମୁଲ ଇସଲାମ, ମୌଲାନା ଅଂଜର ନକି, ହଫିଜ ନଓ୍ୱାଲ ସାହେବ, ସେକ୍ ମହମ୍ମଦ କଲିମୁଲ୍ଲା ଆଜାଦ୍, ମୌଲାନା ଅଜଗର ହୁସେନ ଖାଁ, ସୟଦ ଅଲ୍ଲୀ ଅସରଫ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବ୍ଳକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ସମେତ ବହୁ ଜନପ୍ରତିନିଧ ଓ ନେତୃବୃନ୍ଦ ଯୋଗ ଦେଇ ଇସଲାମ ଧର୍ମାଲମ୍ବୀ ଭାଇମାନଙ୍କୁ ଇଦ୍ ମୁବାରଖ ଜଣାଇଥିଲେ l ସେହିପରି ଜିଗ୍ନୀପୁର ପଞ୍ଚାୟତ ବାହାବଳପୁର ଠାରେ ଥିବା ବରେଲି ମସଜିଦ୍ରେ ତ୍ୟାଗ ଓ ଭାତୃଭାବର ପର୍ବ ଇଦ୍-ଉଲ-ଫିତର ପାଳିତ ହୋଇଛି । ଏହି ବସରରେ ମୌଲାନା ସରତାଜ ଅହେମ୍ମଦଙ୍କ ଦ୍ଵାରା ଏକ ହଜାରରୁ ଉର୍ଦ୍ଧ୍ବ ଇସଲାମ ଧର୍ମାଲମ୍ବୀ ମାନଙ୍କୁ ସମୂହ ନମାଜ ପାଠ କରାଯାଇଛି । ମୁସଲମାନ ସମ୍ପ୍ରଦାୟ ଏକ ମାସ ରୋଜା ରଖିବା ପରେ ଶେଷ ଦିନରେ ସମାଜର ମଙ୍ଗଳର କାମନା କରି ଆଲ୍ଲାଙ୍କୁ ପ୍ରାର୍ଥନା କରିଛନ୍ତି l ପ୍ରତ୍ୟେକ ପରିବାରରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ସହ ମିଶି ଆନନ୍ଦ ଉଲ୍ଲାସରେ ଉତ୍ସବ ପାଳନ କରିଛନ୍ତି । ଗାଁ ସର୍ଦାର ସେକ୍ ଅଲ୍ଲି ମୁଦ୍ଦିନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କଟକ ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ କମିଟିର ଉପସଭାପତି ଜାକିର ଖାଁ, ଅବଦୁଲ ରଜାକ ଖାଁ, ସମାଜସେବୀ ସେକ୍ ନୁର ଉଦ୍ଦିନ୍, ଶିକ୍ଷାବିତ୍ ସେକ୍ ଜହୁରୁଦ୍ଦିନ୍, ରାକିବ ଖାଁ, ନାଏବ ସରପଞ୍ଚ କୁଦରତ ଅଲ୍ଲୀ ଖାଁ, ଯୁବନେତା କସର ଖାଁ, ଅବଦୁଲ ଅରମାନ୍ ଖାଁ ପ୍ରମୁଖ ଯୋଗ ଦେଇ ଇସଲାମ ଧର୍ମ ସଂକ୍ରାନ୍ତରେ ଚର୍ଚ୍ଚା ଓ ଆଲୋଚନା କରିଥିଲେ l ସେହିପରି ଭାବେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆନନ୍ଦ ଉଲ୍ଲାସର ସହିତ ଇଦ-ଉଲ-ଫିତର ପାଳିତ ହୋଇଯାଇଛି l
Sign in
Sign in
Recover your password.
A password will be e-mailed to you.