ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ବଦଳିବ ସରକାର, ଆସିବ କଂଗ୍ରେସ ଏହି ନାରାକୁ ପ୍ରଚାର କରି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ଯୁବ କଂଗ୍ରେସ ନେତା ହରିକୃଷ୍ଣ ରଥ। ଜଣେ ଅଭିଜ୍ଞ ରାଜନୈତିକ ପରିବାର ରୁ ଆସିଥିବା ହରେ କୃଷ୍ଣ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପାର୍ଥି ଭାବେ ଚୟନ ହେବା ପରେ ନିଜର ପ୍ରଚାର ଅଭିଯାନ ଜୋର୍ କରିଛନ୍ତି। ଗୋବରା, ଗାଙ୍ଗପୁର,ବେଲଗୁଣ୍ଠ, ନେଟେଂଗା ଓ ଲାଠିପଡା ଇତ୍ୟାଦି ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରିଥିଲେ।
ଏହାପରେ ଆଜି ଏକ ପ୍ରେସ୍ ମିଟ କରି କଂଗ୍ରେସ ର ବିଭିନ୍ନ ଏଜେଣ୍ଡା ବିଷୟରେ କହିବା ସହ କଂଗ୍ରେସ ର ଗଡ଼ ବେଲଗୁଣ୍ଠା ପୁଣି କଂଗ୍ରେସ ର ଅକ୍ତିଆର କୁ ଆସିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ଏବଂ ସୋରଡ଼ା ରେ ଶାସକ ବିଜୁଜନତା ଦଳ କୁ ବହୁମତ ରେ ହରାଇ ସୋରଡ଼ା କୁ ପୁଣି କଂଗ୍ରେସ ଫେରିବ ବୋଲି ଦୃଢେ଼ାକ୍ତି କରିଥିଲେ। ବେଲଗୁଣ୍ଠ। ଓ ସୋରଡା ଅଂଚଳରେ ବିକାଶ କୁ କଳଙ୍କି ଲାଗି ଯାଇଛି ଓ ଏହି କଳଙ୍କିକୁ କଂଗ୍ରେସ ହି ମୂଳ ପୋଛ କରିବ। ରାହୁଲ ଗାନ୍ଧୀ ଓ କଂଗ୍ରେସ ଚିନ୍ତା ଧାରା ରେ ଅନୁପ୍ରାଣିତ ହରି କୃଷ୍ଣ ରଥ ସୋରଡା ନିର୍ବାଚନ ମଣ୍ଡଳୀ ରେ ଜୟଯୁକ୍ତ ହୋଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କୁ ସାକାର କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀଯୁକ୍ତ ହରି କୃଷ୍ଣ ରଥ ଆଜି ରପ୍ରେସ୍ ମିଟରେ ସୋରଡା ନିର୍ବାଚନ ମଣ୍ଡଳୀ ରେ ଦୀର୍ଘ ଦିନ ଧରି ଯେପରି ଦୁର୍ନୀତି, ଭ୍ରଷ୍ଟାଚାର ରହିଛି ସେସବୁ କୁ ଓପାଡି ଏକ ଶୃଙ୍ଖଳିତ କଂଗ୍ରେସ ସରକାର ଗଠନ କରିବା ପାଇଁ ଜନସାଧାରଣ ଙ୍କୁ ଆବାହନ କରିଥିଲେ। ଏଥର ସୋରଡା ରେ ବିଜେଡି – ବିଜେପି କୁ ଧରାଶାୟୀ କରି କଂଗ୍ରେସ ତାର ଗଡ଼ କୁ ଫେରିବ ବୋଲି ଶ୍ରୀ ରଥ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥି ସହିତ ଦଳ ତାଙ୍କ ଉପରେ ଭରସା କରିଥିବାରୁ ଦଳୀୟ ନେତା ଓ କର୍ମୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଆଗାମୀ ନିର୍ବାଚନ ସୋରଡା ରେ ହାଇଭଲଟେଜ୍ ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ଉଭୟ ଦଳର ଦୁଇ ଅଭିଜ୍ଞ ସମ୍ପନ୍ନ ନେତା ଙ୍କ ବିରୋଧ ରେ ନବାଗତ ହରି କୃଷ୍ଣ ଙ୍କ ରଣନୀତି କିପରି ରହିବ ? ସେ ନେଇ ଦଳୀୟ କର୍ମୀ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆଜିର ପ୍ରେସ ମିଟ ରେ କଂଗ୍ରେସ ଘୁମୁସର ପ୍ରଭାରୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସହ ବହୁ ତୁଙ୍ଗ କଂଗ୍ରେସ ନେତା ଉପସ୍ଥିତ ଥିଲେ।