ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯାଦବ ମହାସଭା ପକ୍ଷରୁ ଗୁରୁବାର ଯାଦବ ଭବନ ଠାରେ ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ଯାଦବ ଭବନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀନିଆଲ ବିପୁଳ ସମର୍ଥନ ଦେଇ ତାଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ। ବ୍ଳକ ଯାଦବ ମହାସଭାର ସଭାପତି ବିନୋଦ ରାଉତ, ଅଲେଖ ଗୋପାଳ ଧନେଶ୍ଵର ଗୋପାଳ, ପ୍ରହଲ୍ଲାଦ ଚଣ୍ଡୀ, ଡମ୍ବରୁଧର ଖର୍ସେଲ, ପାର୍ଥ ଗୋପାଳ, ଶ୍ୟାମସୁନ୍ଦର ନାଏକ, ଡାକେଶ୍ବର ଲହଜଲ, ବିଦ୍ୟା ଗହୀର ସମେତ ବିଭିନ୍ନ ସ୍ଥାନରୁ ଯାଦବ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ସମ୍ବର୍ଦ୍ଧନା ସଭାକୁ ଧନସିଂ ବାଗ ପରିଚାଳନା କରିଥିବାବେଳେ ଅଭିରାମ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.