ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କଲେ ଶ୍ରୀମତୀ ମହାନ୍ତି
ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମନୋରମା ମହାନ୍ତିଙ୍କୁ ନର୍ଲା ବିଧାନସଭା ଆସନରୁ ପ୍ରାଥୀ ଘୋଷଣା କରିଛି |ବିଜୁ ଜନତା ଦଳ ଗୁରବାର ସନ୍ଧ୍ୟାରେ ବିଜେଡିର ପଞ୍ଚମ ପର୍ଯାୟ ପ୍ରାଥୀ ତାଲିକା ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ନବୀନ ପଟନାୟକ | ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାଥୀ ଭାବେ ନିର୍ବାଚନ ମଇଦାନକୁ ଓଲ୍ଲାଇବେ ମନୋରମା ତାଙ୍କ ବିପକ୍ଷରେ ବିଜେପିର ଅନିରୁଦ୍ଧ ପ୍ରଧାନ ଓ କଂଗ୍ରେସ ଭକ୍ତ ଚରଣ ଦାସ ଲଢେ଼ଇ କରିବେ। ଶ୍ରୀମତୀ ମନୋରମା ମହାନ୍ତି ନର୍ଲା ବ୍ଲକ ଅଧ୍ୟାକ୍ଷା ଭାବେ ଲଗାତାର ଦୁଇଥର ନିର୍ବାଚନ ହୋଇଛନ୍ତି। ଏଥିରେ ସ୍ଥାନୀୟ ପ୍ରାଥୀତ୍ୱ ପ୍ରସଙ୍ଗ ଉଠି ଆସୁଥିବା ବେଳେ ମନୋରମାଙ୍କୁ ବିଜେଡି ଟିକେଟ ଦେଇଥିବାରୁ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତି କରିଛନ୍ତି।ଶ୍ରୀମତୀ ମହାନ୍ତି “ଶାସକ ପ୍ରଶାସକ” ପେପର କୁ ପ୍ରଥମ ପ୍ରତିକ୍ରିୟା ଦେଇ ମାନ୍ୟବର ମୁଖ୍ୟ ମନ୍ତୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହାସହ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମତୀ ମହାନ୍ତି। ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ ନର୍ଲା ୧୯୬୮ରେ ସ୍ଥାପିତ ହୋଇଥିଲା। ଏଥିରେ ସ୍ଵତନ୍ତ୍ର ପାର୍ଟି ୩ ଥର, କଂଗ୍ରେସ ୪ ଥର ଜନତା ଦଳ ୨ ଥର ଓ ବିଜେଡି ୪ ଥର ବିଜୟୀ ହୋଇଛି। ୨୦୨୪ସାଧାରଣ ନିର୍ବାଚନ ପାଁଇ ପୂର୍ବରୁ ବିଜେପି ଓ କଂଗ୍ରେସ ନର୍ଲା ଆସନ ପାଁଇ ପ୍ରାଥୀ ଘୋଷଣା କରି ସାରିଥିଲେ। ବିଜେଡି କିନ୍ତୁ ଚତୁର୍ଥ ପର୍ଯାୟ ଘୋଷଣା ପର୍ଯ୍ୟନ୍ତ ଏହି ଆସନକୁ ଝୁଲାଇ ରଖିଥିଲା। ଏକ ଦଶନ୍ଧି ଧରି ନର୍ଲା ସ୍ଥାନୀୟ ପ୍ରାଥୀତ୍ୱ ପ୍ରସଙ୍ଗ ଜୋର ଧରିଥିଲା। ଜନସାଧାରଣ ଏଥର ଲୋକାଲ କେଣ୍ଡିଡେଟ ଦିଆଯାଉ ବୋଲି ଦାବି କରିଥିଲେ। ତେବେ ସ୍ଥାନୀୟ ପ୍ରାଥୀ ମନୋରମା ଏହି ଆସନରୁ ଲଡ଼ିବା ନେଇ ସ୍ଵଷ୍ଟ ହେବା ପରେ ସମସ୍ତ କଳ୍ପନା ଜଳ୍ପନା କିପରି ରହିବ ତାହାକୁ ନେଇ ସାରା ରାଜ୍ୟର ନଜର ରହିବ।