ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନ କୁ ଅବାଧ, ହିଂସା ମୁକ୍ତ ଓ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିବାକୁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଡାବୁଗାଁ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଶରତ ମାଝୀ, ତହସିଲଦାର ହରି ଓମ ଭୋଇ, ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ସହ ଏକ ପ୍ଲାଟୁନ ସି ଆର ପି ଏଫ୍ ଡାବୁଗାଁ ଥାନାରୁ ଫ୍ଲାଗ ମାର୍ଚ୍ଚ କରି ତହସିଲ, ବ୍ଲକ କାର୍ଯ୍ୟାଳୟ , ତାରିଣୀ ମନ୍ଦିର ଛକ, ମେଡିକାଲ ଛକ, ପାତ୍ର ସାହି, ନୂଆଗୁଡା , ରେଭିନ୍ୟୁ ସାହି ଆଦି ପରିକ୍ରମା କରିଥିଲେ। ଏହି ସମୟରେ ଲୋକଙ୍କୁ ନିର୍ବାଚନ ସମ୍ବନ୍ଧରେ ସଚେତନ କରିବା ସହ ଭୟମୁକ୍ତ ହୋଇ ନିର୍ବାଚନରେ ନିଜ ର ମତଦାନ କରିବାକୁ କହିଥିଲେ। ନିର୍ବାଚନ ରେ କୌଣସି ପ୍ରକାର ପ୍ରଲୋଭନ ଓ ଭୟ ମୁକ୍ତ ହୋଇ ନିର୍ବାଚନ ରେ ମତଦାନ କରିବା ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚ ରେ ଏସଆଇ ବିଜୁ ରାମ ବାଘ, ଏଏସଆଇ ଶିଶିର କାନ୍ତ ଘୋଷ, ଏକ ପ୍ଲାଟୁନ ସି ଆର ପି ଏଫ୍ ଫୋର୍ସ ତଥା ପୁଲିସ କର୍ମୀ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.